ହରିପୁର : କୁଆଖିଆ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ମା’ ଭାଲୁଶୁଣୀ ମନ୍ଦିର ନିକଟରେ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୪ଟାରେ ଏକ ସଡ଼କ ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ଘଟିଛି। ସ୍ତ୍ରୀ ଗୁରୁତର ହୋଇଛନ୍ତି। ମୃତବ୍ୟକ୍ତି ଯାଜପୁର ଟାଉନ୍ ବିଜିପୁର ଗ୍ରାମର ବିମ୍ବାଧର ପଣ୍ଡା। ତାଙ୍କ ପତ୍ନୀ ଅଞ୍ଜନା ପଣ୍ଡା ଗୁରୁତର ହୋଇଛନ୍ତି।

Advertisment

ଉଭୟ ଏକ ସ୍କୁଟରରେ ଖଣ୍ଡିତର ଜ୍ବାଇଁଘରକୁ ଆସି ଫେରୁଥିବା ସମୟରେ ମନ୍ଦିର ନିକଟରେ ଏକ ହାଇୱା ଧକ୍କା ଦେବାରୁ ଉଭୟ ଗୁରୁତର ହୋଇଥିଲେ। ଜାତୀୟ ରାଜପଥ ପାଟ୍ରୋଲିଂ ପୁଲିସ ପହଞ୍ଚି ଉଭୟଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ନେଇଥିଲା। ଡାକ୍ତର ସେଠାରେ ବିମ୍ବାଧରଙ୍କୁ ମୃତ ଘୋଷଣା କରିଥିଲେ। କୁଆଖିଆ ପୁଲିସ ଉଭୟ ଗାଡ଼ିକୁ ଜବତ କରିଛି।