ସମ୍ବଲପୁର: ଠେଲକୋଲୋଇ ଥାନା ଆଦିତ୍ୟ ଆଲୁମିନିୟମ୍ର କୋଲ୍ ଡମ୍ପିଂ ୟାର୍ଡରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ବିହାରର ଲଲନ କୁମାର। ଶୁକ୍ରବାର ଦିନ ୧୧ଟା ବେଳେ ଲଲନ କୁମାର ଚଲାଉଥିବା ହାଇଵା(ଓଡି ୧୬ବି ୬୭୯୯)ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ତାଙ୍କୁ ଉଦ୍ଧାର କରି ତୁରନ୍ତ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/dead.jpg)