ବ୍ରହ୍ମପୁର: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ଧର୍ମପୀଠ ସୀମାଞ୍ଚଳମରେ ଭଗବାନ ବରାହ ନରସିଂହଙ୍କ ଦର୍ଶନ ସାରି ସେଠାରୁ ବ୍ରହ୍ମପୁର ଫେରୁଥିବା ବେଳେ ଏକ କାର୍ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଶିକାର ହୋଇଥିଲା। କାର୍ ଭିତରେ ଭୁବନେଶ୍ବରର ୨ଟି ପରିବାରର ୬ଜଣ ଥିବା ବେଳେ ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ଘଟିଥିଲା। ଏବେ ସେମାନଙ୍କର ପରିଚୟ ସାମ୍ନାକୁ ଆସିଛି। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ତ୍ରିଲୋଚନ ଜେନା ଘଟଣା ସମୟର ପୂରା କାହାଣୀ ଜଣାଇବା ସହ ସମସ୍ତଙ୍କ ପରିଚୟ ଦେଇଛନ୍ତି।
ମଞ୍ଜୁସା ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଭୁବନେଶ୍ବର ଏୟାରଫିଲଡ୍ ଥାନା ଅର୍ନ୍ତଗତ ସୁନ୍ଦରପଦା ଅଞ୍ଚଳର ଦୁଇ ସାଙ୍ଗ ଦଣ୍ତପତି ପ୍ରତାପ ଏବ˚ ତ୍ରିଲୋଚନ ଜେନା ସେମାନଙ୍କ ପରିବାରକୁ ନେଇ ଏକ କାର୍ରେ (ଓଡ଼ି-୦୨-ବିବି-୨୨୮୨) ସୀମାଞ୍ଚଳ ଦର୍ଶନ ପାଇଁ ଯାଇଥିଲେ। ଗତ ଗୁରୁବାର ଦିନ ଭୁବନେଶ୍ବରରୁ ବାହାରି ଶୁକ୍ରବାର ସକାଳେ ପହଞ୍ଚିଥିଲେ। ଶୁକ୍ରବାର ରାତି ସାଢ଼େ ୧୧ଟାରେ ସେମାନେ ଭୁବନେଶ୍ବର ଅଭିମୁଖେ ଫେରୁଥିଲେ। ଦଣ୍ଡପତି କାର୍ ଚଳାଉଥିଲେ। ପଲାସାରେ ଓହ୍ଲାଇ ସମସ୍ତେ ଚା’ ପିଇବା ପରେ ଶୋଇ ଯାଇଥିଲେ। ହେଲେ ମୃତ୍ୟୁ ଯେମିତି ସେମାନଙ୍କ ବାଟକୁ ଚାହିଁ ବସିଥିଲା। ଭୋର୍ ସାଢ଼େ ୫ଟାରେ କାର୍ କୋତପଲ୍ଲୀ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ପହଞ୍ଚିବା କ୍ଷଣି ଘନ କୁହୁଡ଼ି କାରଣରୁ ଭାରସାମ୍ୟ ହରାଇ କଲଭର୍ଟକୁ ପିଟି ହୋଇ କେନାଲକୁ ଖସି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡ଼ିର କିଛି ଯନ୍ତ୍ରାଂଶ ବିଛେଇ ହୋଇ ଏଣେତେଣେ ପଡ଼ିଥିଲା। ଆଉ କାର୍ଟି ପାଣିରେ ବୁଡ଼ି ଯାଇଥିଲା। ବ୍ରହ୍ମପୁର ଠାରୁ ପ୍ରାୟ ୧୨୩ କିଲୋମିଟର ଏବ˚ ପାରଳାଖେମୁଣ୍ତି ଠାରୁ ମାତ୍ର ୨୬ କିଲୋମିଟର ଦୂର ସ୍ଥାନରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଆଖପାଖରେ କେହି ବି ନଥିଲେ। ଜଣେ ମାତ୍ର ତ୍ରିଲୋଚନ ପଛ କାଚ ଭାଙ୍ଗି ଏଥିରୁ ବର୍ତ୍ତିଯାଇଥିଲେ।
ସ୍ଥାନୀୟ ଲୋକଙ୍କୁ ସେ ଡାକିବା ପରେ ମଞ୍ଜୁଷା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କ୍ରେନ୍ ସାହାଯ୍ୟରେ କାର୍ ଏବଂ ଚାପି ହୋଇ ରହିଥିବା ଶବକୁ ଉଦ୍ଧାର କରିଥିଲେ। ସମସ୍ତ ଶବକୁ ବ୍ୟବଚ୍ଛେଦ ଲାଗି ରଖାଯାଇଥିବା ବେଳେ ତ୍ରିଲୋଚନ ସୋମ୍ପେଟ୍ଟା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମୃତକ ଦଣ୍ଡପତିଙ୍କ ପୈତୃକ ଗ୍ରାମ ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅର୍ନ୍ତଗତ ଏସ୍.ପି.ଜଗଦେବପୁର। ଦୀର୍ଘ ବର୍ଷ ହେଲା ପ୍ରତାପଙ୍କ ପରିବାର ଗାଁ ଛାଡ଼ି ସାରିଛନ୍ତି। ତାଙ୍କ ପରିବାର ଏବେ ଯାଜପୁରରେ ରହୁଥିବା ବେଳେ ପ୍ରତାପ ଭୁବନେଶ୍ବର ନିକଟ ସୁନ୍ଦରପଦାରେ ରହି ସ୍ନାକ୍ସ ଦୋକାନ କରିଛନ୍ତି। ସେହିପରି ତାଙ୍କ ବନ୍ଧୁ ତ୍ରିଲୋଚନ ମଧ୍ୟ ବ୍ୟବସାୟ କରୁଛନ୍ତି। ଏହି ଘଟଣା ଗଞ୍ଜାମ ଓ ସୀମାନ୍ତ ଆନ୍ଧ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ଆଣିଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/One-Survives-From-Deadly-Accident-in-AP_Thumbnail.jpg)