ଅନୁଗୁଳ: ଅନୁଗୁଳ ସହରର ୫୫ନମ୍ବର ଜାତୀୟ ରାଜପଥରେ ଦଶହରା ପଡ଼ିଆ ନିକଟରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ମା’ ଓ ପୁଅଙ୍କ ପ୍ରାଣାବାୟୁ ଉଡି ଯାଇଛି। ଏଭଳି ଏକ ଦୁଃଖଦ ଘଟଣା ବିଷୟରେ ଖବର ପାଇବା ପରେ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇଯିବା ସହିତ ଶୋକରଛାୟା ଖେଳି ଯାଇଛି।।
/sambad/media/post_attachments/wp-content/uploads/2019/12/11_11_2019-hadsa_g_111119.jpg)
ଏହି ଦୁର୍ଘଟଣା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ ମୁଖରେ ଗୋଟିଏ କଥା ଥିଲା- ମୃତ୍ୟୁ ଏମିତି ବି ଆସିପାରେ। ହେ ଭଗବାନ ଏମିତି ଦୁଃଖ କାହାକୁ ନ ଦିଅନ୍ତୁ ବୋଲି ପ୍ରାର୍ଥନା କରି ବସିଥିଲେ। ଆଜି ଛେଣ୍ଡିପଦା ବାଲିପଟା ଗାଁର କବିତା ସାହୁଙ୍କ ପୁଅର ଜନ୍ମଥିଲା। ତେଣୁ ସେ ପୁଅ ଶୁଭମ ସାହୁଙ୍କୁ ଧରି ଜନ୍ମଦିନରେ ଶୁଭମନାସିବା ପାଇଁ ସ୍କୁଟିରେ ଅନୁଗୁଳ ବୁଢ଼ୀ ଠାକୁରାଣୀ ମନ୍ଦିରକୁ ଯାଇଥିଲେ। ଏଭଳି ଖୁସିର ଦିନରେ କିଏ ଜାଣିଥିଲା ଦୁହିଁଙ୍କ ପାଇଁ ବାଟରେ ଯମ ଜଗି ବସି ରହିଥିଲା ବୋଲି।
ବୁଢ଼ି ଠାକୁରାଣୀ ମନ୍ଦିରରୁ ଦର୍ଶନ ସାରି ମା’ ଓ ପୁଅ ଘରକୁ ସ୍କୁଟିରେ ଫେରୁଥିବା ବେଳେ ଦୁହିଁଙ୍କୁ ପଛ ପଟୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା। କ୍ଷତିପୂରଣ ଦାବିରେ ୫୫ନମ୍ବର ଜାତୀୟ ରାଜପଥକୁ ସ୍ଥାନୀୟଲୋକେ ଅବରୋଧ କରିଛନ୍ତି।