ଦୁଇ ବାଇକ ମୁହାମୁହିଁ ଧକ୍କା: ଜଣେ ମୃତ, ଦୁଇ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା ନିକଟସ୍ଥ ୧୬ନମ୍ବର ଜାତୀୟ ରାଜପଥ ନିକଟରେ ସୋମବାର ଦୁଇ ବାଇକ ମୁହାମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହେବା ସହ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାମ ଶେଖ୍‌ ଲିଆକଟ୍‌ ଓ ଦୁଇ ଗୁରୁତରଙ୍କ ନାମ ସନାତନ ବେହେରା ଓ ଶିବ ସିଂହ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ଅପରାହ୍ନା ସମୟରେ ବାଲେଶ୍ୱର ୧୬ନମ୍ବର ଜାତୀୟ ରାଜପଥ ନିକଟରେ ସୋଲପଟାର ସନାତନ ବେହେରା ଓ କୋଡିଆର ଶିବ ସିଂହ ଗୋଟିଏ ବାଇକ୍‌ରେ ଯାଉଥିବା ବେଳେ ତାଳପଦାରୁ ଆସୁଥିବା ଅନ୍ୟ ଜଣେ ବାଇକ୍‌ ଚାଳକଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଶେଖ୍‌ ଲିଆକଟ୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ସନାତନ ବେହେରା ଓ ଶିବ ସିଂହ ଗୁରୁତର ହୋଇଥିଲେ। ଗୁରୁତର ଦୁଇ ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶେଖ୍‌ ଲିଆକଟ୍‌ଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ସମ୍ବନ୍ଧିତ ଖବର