ଗଛରେ ପିଟି ହେଲା ବାଇକ୍: ୨ମୃତ, ଜଣେ ଆହତ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ନିକଟରେ ଏକ ବାଇକ୍‌ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ମୃତକ ଦ୍ବୟ ହେଲେ ରିବିଆ ମାଝି ଓ କେବୁରା ମଳିକ। ଆହତ ଅନନ୍ତ ମାଝି ଏବେ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସିତ ହେଉଛନ୍ତି। ମୃତାହତଙ୍କ ଘର ତୁମୁଡ଼ିବନ୍ଧ ବ୍ଲକ୍‌ କୁର୍ତ୍ତମଗଡ଼ ପଞ୍ଚାୟତର ମୁସୁଡ଼ିକିଆ ଗ୍ରାମରେ ବ‌ୋଲି ଜଣାପଡ଼ିଛି।
ସୂଚନା ମୁତାବକ, ତିନି ଜଣ ଯୁବକ ବାଇକ୍‌ରେ ଦ୍ରୁତ ଗତିରେ ଦାନୁଙ୍ଗିଆରୁ ମୁସୁଡ଼ିକିଆକୁ ଯାଉଥିଲେ। ବାଇକଟି ବାଟାଗୁଡ଼ା ଓ ପୁରୁଣା ବାଟାଗୁଡ଼ା ମଝିରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇ ଯାଇଥିଲେ। ଘଟଣାସ୍ଥଳରେ ରିବିଆ ଓ କେବୁରାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନନ୍ତ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଖବର ଦେବା ପରେ ତୁରନ୍ତ ଆମ୍ବୁଲାନ୍ସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲା। ଏନେଇ ବାଲିଗୁଡ଼ା ଥାନାରେ କେସ୍‌ ନମ୍ବର-୩୧/୨୧ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।
ସମ୍ବନ୍ଧିତ ଖବର