ଭୁବନେଶ୍ବର ଆଇଆଇଟି କ୍ୟାମ୍ପସରେ ଦୁର୍ଘଟଣା: ଜଣେ ଛାତ୍ର ମୃତ

ଭୁବନେଶ୍ବର: ଭୁବନେଶ୍ବର ଆଇଆଇଟି କ୍ୟାମ୍ପସରେ ମଙ୍ଗଳବାର ଦୁର୍ଘଟଣା ଘଟିଛି। ମୃତକ ହେଲେ ପିଏଚଡି କରୁଥିବା ଛାତ୍ର ଅଭିନନ୍ଦନ ପଣ୍ଡା।

ଅଭିନନ୍ଦନ କ୍ୟାମ୍ପସରେ ଚାଲି ଚାଲି ଯାଉଥିବାବେଳେ ନିର୍ମାଣ କାମରେ ନିୟୋଜିତ ଥିବା ହାଇଡ୍ରା ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସୂଚନା ଯୋଗ୍ୟଯେ, କ୍ୟାମ୍ପସରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଚାଲିଛି। ଏହି କାର୍ଯ୍ୟରେ ଅନେକ ହାଇଡ୍ରା ଓ ହାଇୱା ନିୟୋଜିତ ହୋଇଛି। ତେବେ ଅସାବଧନତାବଶତଃ ହାଇଡ୍ରାଟି ଆସୁଥିବାବେଳେ ଅଭିନନ୍ଦନଙ୍କୁ ଧକ୍କା ଦେଇଥିଲା।

ସମ୍ବନ୍ଧିତ ଖବର