ରା. ଉଦୟଗିରି: ସ୍ଥାନୀୟ ମିନି ଷ୍ଟାଡିୟମରେ ୫ ଦିନ ଧରି ଖେଳି ଚାମ୍ପିୟନ ହୋଇ ଫେରୁଥିଲେ ଛେଲିଗଡ ସରକାରୀ ହାଇସ୍କୁଲର ଛାତ୍ରମାନେ | ତେବେ ଚମ୍ପାଘାଟିର ବିପଦପୂର୍ଣ୍ଣ ବୁଲାଣି ଅତିକ୍ରମ କରି ସାରିବା ପରେ ସିଧା ରାସ୍ତାରେ ମହିନ୍ଦ୍ରା ସୁପର ମିନିଗାଡି ନିଜ ଉପରୁ ନିୟନ୍ତ୍ରଣ ହରାଇ ରାସ୍ତାର ଡାହାଣ ପଟକୁ ଓଲଟି ପଡିଥିଲା | ଫଳରେ ଗାଡ଼ିରେ ବସିଥିବା ସମସ୍ତ ଛାତ୍ର ଆହତ ହୋଇଛନ୍ତି |

Advertisment

ଆସେନି କାର୍ଜି, ଚକ୍ରଧର ନାୟକ, ଶିବରାମ ରଇତ, ମହେଶ୍ୱର ପ୍ରଧାନ, ସଂଗ୍ରାମ ମଣ୍ଡଳ, ସୁରେଶ କୁମାର ପ୍ରଧାନ, ସୁମରି ମଣ୍ଡଳ, ଭୂଷଣ ବ୍ରଜ ମଣ୍ଡଳ, ପିଣ୍ଟୁ ପ୍ରଧାନ, ଯୋହନ ରଇତ , ବିକ୍ରମ ଦଳବେହେରା, ସାଗର ବେହେରା, ତପନ ମଣ୍ଡଳ, ଅଭିୟ ମଣ୍ଡଳ ପ୍ରମୁଖ ଆହତ ହୋଇଛନ୍ତି | ଡା ସିଦ୍ଧାର୍ଥ ପ୍ରଧାନ, ବିଶାଳ କାନ୍ତ ରାଉଳ, ଦୀପକ କୁମାର ଶତପଥି ଓ ଡା ସତ୍ୟବ୍ରତ ଦେଓ ପ୍ରମୁଖ ଆହତଙ୍କୁ ଚିକିତ୍ସା କରିଥିଲେ | ବିକ୍ରମ ଓ ତପନଙ୍କୁ ବ୍ରହ୍ମପୁର ରେଫର କରାଯାଉଛି l ବାକି ଚାରିଜଣ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି | ଘଟଣା ସମ୍ପର୍କରେ ଖବର ପାଇଁ ବିଡ଼ିଓ ଲରିମନ ଖରସେଲ ଓ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର ଆହତଙ୍କ ପାଇଁ ଆମ୍ବୁଲାନ୍ସ ବନ୍ଦୋବସ୍ତ କରିଥିଲେ | ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଅଛି |