ଧକ୍କା ଦେଲା ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ପରିବହନ ମନ୍ତ୍ରୀ

କଟକ : ରାଜ୍ୟ ପରିବହନମନ୍ତ୍ରୀ ନୃସିଂହ ଚରଣ ସାହୁ ଢେଙ୍କାନାଳ ଗସ୍ତରେ ଯାଉଥିବାବେଳେ ଚୌଦ୍ୱାରଠାରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୌଭାଗ୍ୟବଶତଃ ମନ୍ତ୍ରୀ ଶ୍ରୀ ସାହୁ ବର୍ତ୍ତିଯାଇଥିଲେ ମଧ୍ୟ ଗାଡିଟି ଭାଙ୍ଗିରୁଜି ଯାଇଛି। ସୂଚନା ଅନୁଯାୟୀ, ମନ୍ତ୍ରୀ ଶ୍ରୀ ସାହୁ ଆଜି ଅପରାହ୍ନରେ ଭୁବନେଶ୍ୱରରୁ ଢେଙ୍କାନାଳ ଅଭିମୁଖେ ବାହାରିଥିଲେ। ସେ ଏନ୍‌.ଏଚ୍‌ ୫୫ ଦେଇ ଯାଉଥିବାବେଳେ ଚୌଦ୍ୱାର ନିକଟସ୍ଥ ଡିହସାହିଗଡା ଠାରେ ଏକ ନମ୍ବର ବିହୀନ ଟ୍ରକ ତାଙ୍କୁ ପଛପଟୁ ଧକ୍କା ମାରିଥିଲା। ଦୁର୍ଘଟଣାରେ ତାଙ୍କ ସଫାରୀର ପଛ ଅଂଶ ଭାଙ୍ଗିରୁଜି ଯାଇଛି। ହେଲେ ସେ ଓ ତାଙ୍କ ଡ୍ରାଇଭର ଦୁର୍ଘଟଣାରୁ ରକ୍ଷାପାଇଛନ୍ତି। ପୁଲିସ ଗାଡିର ଡ୍ରାଇଭରକୁ ଗିରଫ କରିଛି।

ସମ୍ବନ୍ଧିତ ଖବର