ବୌଦ୍ଧ: ଧନୁଯାତ୍ରା ପଡ଼ିଆରେ ଅଘଟଣ, ଅଳ୍ପକେ ବର୍ତିଲେ ରାମ ଦୋଳିରେ ଥିବା ଲୋକେ। ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାର ସଦର ବ୍ଲକ ଅଁଳାପାଳିରେ ଚାଲିଥିବା ଧନୁଯାତ୍ରା ମହୋତ୍ସବରେ ମୀନାବଜାର ପାଇଁ ଆସିଥିବା ରାମ ଦୋଳି ପାଖରେ ରୋଷେଇ କରୁଥିବା ସମୟରେ ହଠାତ ଗ୍ୟାସରେ ନିଆଁ ଲାଗିଯାଇ ଷ୍ଟଲ ପୋଡ଼ି ଯାଇଥିଲା। ଖବର ପାଇ ବାଉଁଶୁଣି ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ଦୁଇଟି ଷ୍ଟଲ ରେ ଥିବା ସମସ୍ତ ସାମଗ୍ରୀ ପୋଡି କ୍ଷତି ହୋଇଯାଇଛି। କ୍ଷତି ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ୫୦ ହଜାର ହେବ ବୋଲି କହିଛନ୍ତି ବାଉଁଶୁଣି ଅଗ୍ନିଶମ ବିଭାଗ କର୍ମଚାରୀ। ତେବେ ଏହି ଘଟଣାରେ କେହି ଆହତ ହୋଇନଥିବା ଜଣାଯାଇଛି।
ବୌଦ୍ଧ ଧନୁଯାତ୍ରାରେ ଅଘଟଣ, ୫୦ ହଜାର ଟଙ୍କାର ସାମଗ୍ରୀ କ୍ଷତି
ଅଳ୍ପକେ ବର୍ତିଲେ ରାମ ଦୋଳି ଥିବା ଲୋକେ
/sambad/media/post_attachments/wp-content/uploads/2020/03/2fa9915c-50cc-4b55-9e90-94b3a2cf437b.jpg)