ଧର୍ମଶାଳାରେ ପୁଲିସ ଭ୍ୟାନକୁ ପିଟିଲା ଟ୍ରକ, ୪ ପୁଲିସ କର୍ମୀ ଆହତ

ଧର୍ମଶାଳା: ବିଚାରାଧୀନ କଏଦୀକୁ ନେଇ ଯାଉଥିବାବେଳେ ପୁଲିସ ଭ୍ୟାନକୁ ପିଟିଲା ଟ୍ରକ | ଏଥିରେ ୪ ଜଣ ପୁଲିସ କର୍ମଚାରୀଙ୍କ ସମେତ ଜଣେ କଏଦୀ ଆହତ ହୋଇଛନ୍ତି | ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥ ବ୍ରାହ୍ମଣୀ ବ୍ରିଜ ନିକଟରେ ଏଭଳି ଏକ ଦୁର୍ଘଟଣା ଘଟିଛି | ମିଳିଥିବା ସୂଚନା ଅନୁସାରେ ଚୌଦ୍ଵାର ଜେଲରୁ ଜଣେ କଏଦୀଙ୍କୁ ପୁଲିସ ଭ୍ୟାନରେ ନେଇ ବାଲେଶ୍ଵର ଯାଉଥିଲା ।

ତେବେ ଧର୍ମଶାଳା ବ୍ରାହ୍ମଣୀ ବ୍ରିଜ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ପୁଲିସ ଭ୍ୟାନରେ ଯାଉଥିବା କଏଦୀ ସମେତ ୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

ସମସ୍ତ ଆହତଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭଦ୍ରକରୁ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ପୁଲିସ ଭ୍ୟାନକୁ ଟ୍ରକ୍ଟି ଧକ୍କା ଦେଇଥିଲା | ତେବେ ଟ୍ରକ ଡ୍ରାଇଭର ଜଣକ ଦୁର୍ଘଟଣା ପୂର୍ବରୁ ଗାଡ଼ିରୁ ଓହ୍ଲାଇପଡିଥିବାରୁ ଅଳ୍ପକେ ସେ ବର୍ତ୍ତି ଯାଇଛନ୍ତି | ପୁଲିସ ଭ୍ୟାନରେ ଡ୍ରାଇଭରଙ୍କ ସମେତ ତିନିଜଣ କନେଷ୍ଟବଳ ଓ ଜଣେ କଏଦୀ ଥିଲେ ବୋଲି ଜଣାପଡିଛି |

ସମ୍ବନ୍ଧିତ ଖବର