ସମ୍ବଲପୁର: ଶୁକ୍ରବାର ଦିନ ୪ଟାବେଳେ ହୀରାକୁଦ ହିଣ୍ଡାଲ୍‌କୋ ପାୱାର୍‌ ପ୍ଲାଣ୍ଟରେ ଦୁର୍ଘଟଣା ଘଟି ୨ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଆହତ କର୍ମଚାରୀ ଦ୍ବୟ ହେଲେ ଜିକୁନ୍ ପାତ୍ର ଏବଂ ଶରତ ଲେଙ୍କା। ଉଭୟ ପାୱାର୍‌ ପ୍ଲାଣ୍ଟର ଏକ ବିଦ୍ୟୁତ୍‌ ପେନାଲ୍‌ରୁ ବିଦ୍ୟୁତ୍‌ ସଂଯୋଗ ବିଛିନ୍ନ ପାଇଁ ଉଦ୍ୟମ କରୁଥିଲାବେଳେ ତାହା ଫାଟି ଯାଇଥିଲା।

Advertisment

ଏଥିରେ ଉଭୟଙ୍କ ମୁହଁ ଓ ହାତ ଜଳି ଯାଇଥିଲା। ଉଭୟଙ୍କୁ କମ୍ପାନି କର୍ତ୍ତୃପକ୍ଷ ସମ୍ବଲପୁରର ସଂଜୀବନୀ ନର୍ସିଂହୋମ୍‌କୁ ଆଣିଥିଲେ। ହେଲେ ଅବସ୍ଥା ଗୁରୁତର ହେବାର ସେମାନଙ୍କୁ ରାତିରେ ରାଉରକେଲା ପଠାଯାଇଛି। ଶରତ ଅଧିକ ପୋଡ଼ି ଯାଇଥିବା ସୂଚନା ମିଳିଛି।