ହୋଲି ଖେଳ ସାରି ଡ୍ୟାମରେ ଗାଧୋଇବା ହେଲା କାଳ, ପାଣିରେ ବୁଡ଼ି ଜଣେ ମୃତ

ବାରିପଦା: ହୋଲି ଖେଳ ହେଲା କାଳ। ହୋଲି ଖେଳି ସାରି ଗାଧୋଉଥିବା ବେଳେ ପ୍ରଖର ସୁଅରେ ଭାସିଯାଇ ଯୁବକ ମୃତ। ମୃତକ ଜଣକ ବାରିପଦା ସହର କାଳିମନ୍ଦିର ସାହିର ଶିବୁନ୍ ମହାନ୍ତି। ଆଜି ଦିନ ପ୍ରାୟ ୨ଟା ୩୦ ମିନିଟ ବେଳେ ହୋଲି ଖେଳ ସାରି ନିଜର ଜଣେ ବନ୍ଧୁଙ୍କ ସହ ବାରିପଦା ସହର ଠାରୁ ୧୭ କି.ମି. ଦୂର ଜମ୍ଭୀରା ଡ୍ୟାମ୍ କୁ ଗାଧୋଇବାକୁ ଯାଇଥିଲେ। ତେବେ ସେଠାରେ ପ୍ରଖର ସୁଅରେ ୨ ବନ୍ଧୁ ଭାସି ଯାଇଥିଲେ। କିଛି ସମୟ ପରେ ୨ ବନ୍ଧୁଙ୍କୁ ସଂଜ୍ଞାହୀନ ଅବସ୍ଥାରେ ପାଣିରୁ ଉଦ୍ଧାର କରିଥିଲେ ସ୍ଥାନୀୟ ବାସିନ୍ଦା। ତେବେ ବହୁ ଚେଷ୍ଟା କରିବା ପରେ ଜଣକର ଚେତା ଫେରିଥିବା ବେଳେ ଶିପୁନଙ୍କର ଚେତା ଫେରି ନଥିଲା। ତାଙ୍କୁ ଗ୍ରାମବାସୀଙ୍କ ସହାୟତାରେ ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ କୁ ଅଣା ଯାଇଥିଲା। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି

ସମ୍ବନ୍ଧିତ ଖବର