ଯାଜପୁର/ଦଶରଥପୁର: ମଙ୍ଗଳପୁର ଛକରେ ୨ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣ ଗୁତୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଅତି ଗୁରତର ଥିବାରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ, ଆଜି ଭଦ୍ରକ ଜିଲ୍ଲା ମଠ ସାହି ଅଞ୍ଚଳର ରୋହିତ ବିଶ୍ଵାଳ ଓ ଅବିନାଶ ବେହେରା ଏକ ବାଇକରେ ଯାଉଥିବା ବେଳେ ମଙ୍ଗଳପୁରଠାରେ ମଙ୍ଗଳପୁର ଥାନା ପାଲାସାହି ଗ୍ରାମର ଶୁଭ୍ରଜିତ ଓ ତାଙ୍କ ମା' ସୌଭାଗ୍ୟବତୀ ମଲିକଙ୍କ ସହ ଧକ୍କା ହୋଇଥିଲା। ତେବେ ଭଦ୍ରକ ଅଞ୍ଚଳର ଦୁଇ ଜଣ ଅତି ଗୁରୁତର ଥିବାରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ପାଲାସାହି ଗ୍ରାମର ଶୁଭ୍ରଜିତ ଓ ତାଙ୍କ ମା' ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡି ୨ଟିକୁ ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/t-22.png)