କାଞ୍ଜିପାଣି ଘାଟିରେ ବସ୍‌ ଓଲଟି ୬ଶିଶୁଙ୍କ ସମେତ ୧୩ ଯାତ୍ରୀ ଗୁରୁତର

ତେଲକୋଇ: ରବିବାର ଅପରାହ୍ନରେ କାଞ୍ଜିପାଣି ଘାଟିରେ ବସ୍‌ ଓଲଟି ୬ଜଣ ଶିଶୁଙ୍କ ସମେତ ୧୩ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍‌ପିଟାଲ୍‌ରେ ଭର୍ତ୍ତି କାରାଯାଇଛି।

ସୂଚନାଯୋଗ୍ୟ, କେନ୍ଦୁଝର ରାଇସୁଆଁ ଥାନା ମନୋହରପୁର ଗାଁରୁ ତେଲକୋଇର କତରାପାଲି ଯାଉଥିବା ଶ୍ରୀଜଗନ୍ନାଥ ବସ୍‌ର ଚାଳକ ଆଜି ଅପରାହ୍ନରେ ଭାରସାମ୍ୟ ହରାଇବା ହେତୁ ବସ୍‌ଟି କାଞ୍ଜିପାଣି ଘାଟି ନିକଟରେ ଓଲଟି ପଡ଼ିଥିଲା। ତେବେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଶ୍ରୀଜଗନ୍ନାଥ ବସ୍‌ଟିକୁ ସମ୍ପର୍କୀୟଙ୍କ ଘରକୁ ଯିବା ପାଇଁ ଭଡ଼ା କରାଯାଇଥିଲା। ଏହି ବସ୍‌ରେ ମନହରପୁର ଗ୍ରାମର କିଛି ଲୋକେ ବସି ଯାତ୍ରା କରୁଥିଲେ ବୋଲି ଜଣାପଡ଼ିଛି।

ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇ ନଥିବା ବେଳେ ୬ଜଣ ଶିଶୁଙ୍କ ସମେତ ୧୩ଜଣ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟଲୋକେ ଓ ବାଟରେ ଯାଉଥିବା ଅନ୍ୟ ଯାତ୍ରୀ ଘଟଣାସ୍ଥଳକୁ ଦଉଡି ଆସି ଗୁରୁତର ଆହତଙ୍କୁ ସେଠାରୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ପାଇଁ ଚିକିତ୍ସା ପାଇଁ ହସ୍‌ପିଟାଲ ପଠାଇ ଦେଇଥିଲେ।

ସମ୍ବନ୍ଧିତ ଖବର