କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମନମୁଣ୍ଡା-ଶଗଡା ରାସ୍ତାର ଲୁଣପଙ୍ଗା ରଜାବନ୍ଧ ନିକଟରେ ଆଜି ରାତି ୮ଟା ସମୟରେ ଶଗଡା ପାର୍ଶ୍ବରୁ ଆସୁଥିବା ଏକ ହାରଭେଷ୍ଟର ବୋଝେଇ ଟ୍ରାକ୍ଟର ଓ ମନମୁଣ୍ଡା ପାର୍ଶ୍ବରୁ ଆସୁଥିବା ଏକ ବଲେରୋ ପିକଅପ (ଓଡି୩୧ଜି ୫୩୪୭) ମଧ୍ୟରେ ମୁହାମୁହିଁ ଧକ୍କା ହେବା ଫଳରେ ପିକଅପରେ ବସିଥିବା ପଙ୍କୁଆଲପଡା ଗ୍ରାମର କଂଗ୍ରେସ କର୍ଣ୍ଣ, ସିଲୁ କର୍ଣ୍ଣ ଓ ଲୁଣପଙ୍ଗା ଗ୍ରାମର ରାଜା ମେହେର ଗାଡି ଭିତରେ ଚାପି ହୋଇ ଗୁରୁତର ଆହତ ହୋଇଥିଲେ। ପୁଣି ଟ୍ରାକ୍ଟରରେ ଡ୍ରାଇଭର ସମେତ ୨ ଜଣ ବସିଥିବା ଯୁବକ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଓ ଦମକଳ ବାହିନୀକୁ ଡାକି ଆହତଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଆହତ ୨ ଜଣ ଚିକିତ୍ସିତ ହେଉଥିବା ବେଳେ ଗୁରୁତର କଂଗ୍ରେସ, ସିଲୁ ଓ ରାଜାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ଖବର ପାଇ ଶଗଡା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ଜବତ କରିଥିବା ବେଳେ କ୍ଷତିଗ୍ରସ୍ତ ପିକଅପ ସେଠାରେ ପଡି ରହିଛି।
ଟ୍ରାକ୍ଟର ଓ ପିକଅପ ମୁହାମୁହିଁ ଧକ୍କା: ୫ ଆହତ, ୩ ଗୁରୁତର ବୁର୍ଲା ସ୍ଥାନାନ୍ତର
/sambad/media/post_attachments/wp-content/uploads/2021/12/4d2344f4-f2bb-4418-8734-b089fd910ee3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)