ମୋହନା: ମୋହନା ଥାନା ଲିଲିଗଡ଼ ନିକଟସ୍ଥ କେନ୍ଦୁଘାଟିରେ ସିରିଜ୍ ଦୁର୍ଘଟଣା ଘଟି ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ ୧୪ ଜଣ ଗୁରୁତର ହୋଇଥିବା ବେଳେ ୪ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରେ ସସ୍ମିତା ରଥ (୫୬), ସସ୍ମିତା ସାହୁ (୩୦), ରମା ବିନ୍ଧାଣି (୩୨), ହିରା ବିମଳ (୬୭), ସତୀଶ ପଟ୍ଟନାୟକ (୨୬), ହଳଧର ସେଠୀ (୫୦), ଭୀମ ପ୍ରଧାନ ( ୩୪) ସାଇ କୁମାର ଦାସ (୩୫), ଯୁକ୍ତମ୍ ବିଶ୍ୱାଳ ( ୩୪), ରୋହିତ କୁମାର ( ୨୭), ଆଥିଆ ଦଳାଇ (୨୭), ମୋନାଲିସା ଦଳାଇ ( ୨୪) କୃଷ୍ଣ ଗୌଡ଼ (୪୦) ଓ ଅଜିତ ସ୍ୱାଇଁ (୩୬) ରହିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସସ୍ମିତା, ସତୀଶ, ହଳଧର ଓ ସାଇକୁମାରଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ବ୍ରହ୍ମପୁର ପଠାଯାଇଛି। ସମସ୍ତ ଆହତ ମାଲକାନଗିରି ଅଞ୍ଚଳର ବୋଲି ଜଣାପଡ଼ିଛି।
୧୪ ଗୁରୁତର
ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍କୁ ଧକ୍କା ଦେଲା ମହାକାଳେଶ୍ବର
ସୂଚନା ପ୍ରକାରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ବେଳେ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଲିଲିଗଡ଼ ନିକଟ କେନ୍ଦୁଘାଟିରେ ରାସ୍ତା କଡ଼କୁ ଖସିପଡ଼ିଥିଲା। ଏଠାରେ ପୂର୍ବରୁ ଠିଆ ହୋଇଥିବା ଏକ ପିକଅପ୍ ଭ୍ୟାନକୁ ସାଇଡ୍ ଦେବାକୁ ଯାଇ ଶ୍ରୀଜଗନ୍ନାଥ ରାସ୍ତାକଡ଼କୁ ଖସିଯାଇଥିବା ବେଳେ ଏହି ସମୟରେ ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ମହାକାଳେଶ୍ୱର ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଶ୍ରୀଜଗନ୍ନାଥ ବସ୍ ଓ ପିକଅପ୍କୁ ପଛପଟୁ ଧକ୍କା ଦେଇ ରାସ୍ତାର ୨୦ ଫୁଟ ତଳକୁ ଖସି ପଡ଼ିଥିଲା। ଏଥିରେ ଉଭୟ ବସ୍ରେ ଥିବା ଯାତ୍ରୀ ଆହତ ହୋଇଥିଲେ। ପ୍ରାଥମିକ ଚିକିତ୍ସା ପରେ ୪ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ମୋହନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିବା ବେଳେ ଘଟଣାର ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ବସନ୍ତ ସେଠୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/22/zONBClvIhyKkeHD6aZ9S.jpg)