ଘର ସାମ୍ନାରେ ଜଗି ରହିଥିଲା ଯମ! ଏକାସାଙ୍ଗରେ ନେଇଗଲା ବାପା, ପୁଅ ଓ ଝିଅର ଜୀବନ

କେନ୍ଦୁଝର: କେନ୍ଦୁଝର ଯୋଡା ଥାନା ଗଣେଶ ଭବନ ନିକଟରେ ସୋମବାର ସନ୍ଧ୍ୟାରେ ଏକ ବୋଲେରୋ ଧକ୍କାରେ ଗୋଟିଏ ପରିବାରର ତିନିଜଣ ବାପା, ପୁଅ ଓ ଝିଅର ଜୀବନ ଚାଲି ଯାଇଛି। ଏହି ଦୁଃଖଦ ଖବର ସମଗ୍ର ଅଞ୍ଚଳରେ ଶୋକକୁଳ ପରିବେଶ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, କିଏ ଜାଣିଥିଲା ଘର ସାମ୍ନାରେ ହିଁ ବାପା, ପୁଅ ଓ ଝିଅ ତିନିଜଣଙ୍କ ପାଇଁ ଯମ ଜଗି ରହିଥିଲା ବୋଲି। ଆଜି ସନ୍ଧ୍ୟାରେ ବାପା,ପୁଅ ଓ ଝିଅ ଘର ସାମ୍ନାରେ ହସ୍‌ଖୁସିରେ ମଜା କରୁଥିଲେ। ଏତିକି ବେଳେ ଏକ ବୋଲେରୋ (ଓଆର୦୨ଏଏନ୍‌୫୦୮୬) ଦ୍ରୁତଗତିରେ ଆସି ଏକା ସାଙ୍ଗରେ ବାପା, ପୁଅ ଓ ଝିଅ ଉପର ଦେଇ ମାଡି ଚାଲି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ ପିତାଙ୍କ ନାମ ଦୁଲୁରୁ ଲୋହାର (୨୫), ଝିଅର ନାମ ପ୍ରିୟା (୫), ଓ ପୁଅର ମାନୁ (୩) ବୋଲି ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ, ବୋଲେରୋଟିକୁ ଚାଳକ ଲୁଟ କରି ଫେରୁଥିବା ବେଳେ ପ୍ରଥମେ ଦୁଇଟି ବାଇକ୍‌କୁ ଧକ୍କା ଦେଇଥିଲା। ଏହାପରେ ଘର ସାମ୍ନାରେ ଛିଡା ହୋଇଥିବା ଦୁଲୁରୁ ଲୋହାର, ପ୍ରିୟା ଓ ମାନୁକୁ ଧକ୍କେ ଦେଇ ଚାଲି ଯାଇଥିଲା। ବାପା, ପୁଅ ଓ ଝିଅଙ୍କ ଏକାଠି ମୃତ୍ୟୁକୁ ଦେଖି ପୂରା ଗ୍ରାମ ସେମାନଙ୍କୁ ଝୁରିଝୁରି ଘୁମୁରିଘୁମୁରି କାନ୍ଦୁଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧିତ ଖବର