ଖଲ୍ଲିକୋଟ: ଟ୍ୟୁସନ୍ ସାରି ଘରକୁ ଫେରୁଥିବା ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ଆଜି ସନ୍ଧ୍ୟା ୭ଟାରେ ୧୬ ନମ୍ବର ଜାତୀୟ ରାଜପଥର ଲଙ୍ଗଳେଶ୍ବରଠାରେ ଏକ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ବର ଗ୍ରାମର ଧନେଶ୍ବର ପଲେଇଙ୍କ ପୁଅ କିରଣ କୁମାର ପଲେଇ (୮)।
ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ରାଜପଥ-୧୬ ସମ୍ପ୍ରସାରଣ କାମ ଚାଲିଛି। ଏଥି ଯୋଗୁଁ ଜାତୀୟ ରାଜପଥର ଲଙ୍ଗଳେଶ୍ବର ନିକଟରେ ଗୋଟିଏ ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ି ଚଳାଚଳ କରୁଛି। ଆଜି ସନ୍ଧ୍ୟା ୭ଟା ସମୟରେ କିରଣ ଟ୍ୟୁସନ୍ ସାରି ରାସ୍ତା କଡ଼େ କଡ଼େ ଚାଲି ଚାଲି ଘରକୁ ଫେରୁଥିଲେ। ଏହି ସମୟରେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ମାଲ୍ ବୋଝେଇ ଟ୍ରକ (ଓଡ଼ି-୦୪ ଜି-୬୩୧୪) ପଛ ପାର୍ଶ୍ବରୁ କିରଣଙ୍କୁ ଧକ୍କା ଦେଇଥିଲା। ଏହା ପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିିଥିଲା।
The Indian Expressଏହି ଖବର ପ୍ରଚାରିତ ହେବା କ୍ଷଣି ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଲିଙ୍କ ରୋଡ଼୍ ନିର୍ମାଣ ଦାବିରେ ଉତ୍ତ୍ୟକ୍ତ ଲୋକମାନେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଶତାଧିକ ଯାନବାହନ ଅଟକି ରହିଛି। ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିଛି। ଘଟଣାସ୍ଥଳକୁ ଜିଲ୍ଲାପାଳ ଓ ଏସ୍.ପି. ପହଞ୍ଚି ସହାୟତା ଘୋଷଣା ପରେ ହିଁ ଅବରୋଧ ପ୍ରତ୍ୟାହୃତ ହେବ ବୋଲି କହି ଆନ୍ଦୋଳନକାରୀମାନେ ଜିଦ୍ରେ ଅଟଳ ରହିଛନ୍ତି। ଖଲ୍ଲିକୋଟ ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନ ଓ ଭେଜିପୁଟ ଫାଣ୍ଡି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/t-312.jpg)