ଯାଜପୁର: ଯାଜପୁର କଳିଙ୍ଗନଗର ମୈଥାନ ଇସ୍ପାତ କାରଖାନାରେ ଦୁର୍ଘଟଣା ଘଟିଛି | ଗରମ ତରଳ ଲୁହାରେ ଜଳି ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଶ୍ରମିକ ଗୁରୁତର ହୋଇପଡିଛନ୍ତି | କାରଖାନା ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି | ମିଳିଥିବା ସୂଚନା ମୁତାବକ ଗତକାଲି କ୍ରେନ ଦ୍ଵାରା ହଟ୍ ଲିକ୍ଯୁଇଡ ମେଟାଲ୍ ଶିଫ୍ଟ କଲାବେଳେ ଶ୍ରମିକମାନଙ୍କ ଉପରେ ଗରମ ତରଳ ଲୁହା ପଡିଯାଇଥିଲା | ଏଥିରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ |
ମୃତ ଶ୍ରମିକଙ୍କର ଘର ଉତ୍ତରପ୍ରଦେଶରେ ହୋଇଥିବାବେଳେ ଜଣେ ଆହତ ଶ୍ରମିକଙ୍କ ଘର ଢେଙ୍କାନାଳ ଓ ଅନ୍ୟ ଆହତ ଶ୍ରମିକମାନେ ବାହାର ରାଜ୍ୟର ବୋଲି ଜଣାପଡିଛି | ଗୁରୁତର ଆହତ ଶ୍ରମିକମାନଙ୍କୁ ଚିକିତ୍ସା ପାଇଁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି | ଏହି ଘଟଣାକୁ ନେଇ କାରଖାନା ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/92af3f44-04ee-4cce-ba60-ccea4ce0001b.jpg)