କାର-ବାଇକ ମୁହାଁ ମୁହିଁ ଧକ୍କା, ଯୁବକ ମୃତ

ନବରଙ୍ଗପୁର: ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ଜାତୀୟ ରାଜପଥ ୨୬ର ହାତିବନ୍ଧା ଗାଁ ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବାଇକ ଓ କାର ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ ହୋଇଛି। ମୃତ ବାଇକ ଚାଳକଙ୍କ ନାମ ସଞ୍ଜୀବ ପ୍ରତାପ ସୁନା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ତୁମର୍ଲା ପଞ୍ଚାୟତର ମହୁଲି ଗାଁର ସଞ୍ଜୀବ ପ୍ରତାପ ସୁନା(୩୫) ଆଜି ନବରଙ୍ଗପୁରରୁ ମହୁଲି ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହ ତାଙ୍କ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିଲା। ଏହି ଧକ୍କା ହେବାପରେ ସଞ୍ଜୀବ ବାଇକ୍‌ରୁ ରାସ୍ତାକୁ ଛିଟିକି ପଡ଼ିଥିଲେ। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ସଞ୍ଜୀବ ପ୍ରତାପ ସୁନାଙ୍କ ମୃତ୍ୟୁ ହୋଇ ସାରିଥିଲା। ଏହି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।

କ୍ଷତିପୂରଣ ଦାବିରେ ଜାତୀୟ ରାଜପଥକୁ ସ୍ଥାନୀୟ ଓ ପରିବାରଲୋକେ ଅବରୋଧ କରିଛନ୍ତି। ଫଳରେ ଉଭୟପଟରୁ ଆସୁଥିବା ଯାନବାହନ ରାସ୍ତାରେ ଅଟକି ରହିଛି। ଯାତାୟାତରେ ବାଧା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର