ବୀରମହାରାଜପୁର: ବୀରମହାରାଜପୁର ଥାନା ଉଲୁଣ୍ଡା ବ୍ଲକ୍ ନାଏକପଡ଼ା ଛକ ପାଖରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଧକ୍କା ଦେବା ଫଳରେ ସାଇକଲ ଆରୋହୀ ଅଭିମନ୍ୟୁ ସାହୁଙ୍କ ପରଲୋକ ଘଟିଥିଲା। ଏହାପରେ ଉତ୍ତ୍ୟକ୍ତ ଲୋକେ ସମ୍ବଲପୁର- ବୀରମହାରାଜପୁର ରାସ୍ତା ଅବରୋଧ କରିଥିଲେ।
ଏହି ରାସ୍ତା ଅବରୋଧ କରି ମୃତକଙ୍କ ପରିବାରକୁ ଉଚିତ୍ କ୍ଷତିପୂରଣ ସହିତ ଡ୍ରାଇଭର ଓ ମାଲିକଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ବୀରମହାରାଜପୁର ଥାନା କେସ୍ ନମ୍ବର ୧୦୬ ଏକ ମାମଲା ରୁଜୁ କରି ଗାଡ଼ି ମାଲିକ କେ. ରାଜେନ୍ଦ୍ର ରେଡ୍ଡୀ (୪୩) ଓ ଡ୍ରାଇଭର ଭକ୍ତଭୂଷଣ କିରୋଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି। ଧର୍ମଶାଳା ଫାଣ୍ଡି ଅଧିକାରୀ ଚକ୍ରଧର ବାରଲେବେଡିଆ ଏହାର ତଦନ୍ତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/arrest-2.jpg)