ରାଉରକେଲା: ସ୍ପଞ୍ଜ ଆଇରନ କାରଖାନାରେ ବିଷାକ୍ତ ଗ୍ୟାସ୍‌ ଲିକ୍‌, ୨ ଶ୍ରମିକଙ୍କ ମୃତ୍ୟୁ

ରାଉରକେଲା: ରାଉରକେଲା ଆଇଡିସି ଅଞ୍ଚଳରେ ଥିବା ପୂଜା ସ୍ପଞ୍ଜ ଆଇରନ କାରଖାନାରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇଛି । କାରଖାନା ସଫା କରୁଥିବା ବେଳେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବାରୁ ତାହାର ପ୍ରଭାବରେ ଆସି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି । ବିଷାକ୍ତ ଗ୍ୟାସ୍‌ ପ୍ରଭାବରେ ଆସି ଉକ୍ତ ଶ୍ରମିକ ଦୁଇଜଣ ଅସୁସ୍ଥ ହୋଇ ପଡିଥିଲେ । ଏହା ପରେ ଉଭୟଙ୍କୁ ଆରଜିଏଚ୍‌ ନିଆ ଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର