ପାରଳାଖେମୁଣ୍ଡି/ ବ୍ରହ୍ମପୁର : ବୁଧବାର ପାହାନ୍ତାରେ ଗଞ୍ଜାମ ଜିଲ୍ଲାର ତପ୍ତପାଣି ଘାଟିରେ ଯାତ୍ରୀବାହୀ ‘ସାଇଶ୍ରୀ’ ବସ୍ ଓଲଟି ପଡ଼ିବାରୁ ଅନ୍ୟୂନ ୮ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ୪ ଜଣଙ୍କ ଏବଂ ମେଡିକାଲରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ତେବେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀ ସୂର୍ଯ୍ୟନାରାୟଣ ପଣ୍ଡା ବସ୍ ଓଲଟିବା ସମୟର ଲୋମଟାଙ୍କୁରା କାହାଣୀ ବଖାଣି କହିଛନ୍ତି, ବସ୍ଟି ଦ୍ରୁତଗତିରେ ଯାଉଥିବା ବେଳେ ହଠାତ ରାତି ୩ଟାରେ ଘାଟିରୁ ତଳକୁ ଖସି ପଡ଼ିଥିଲା। ଏହି ଘଟଣା ବେଳର ଅନୁଭୂତି ଅତି ଭୟଙ୍କର ଥିଲା।
/sambad/media/post_attachments/wp-content/uploads/2020/01/38037664-fd74-43b4-be95-fdff111b2588.jpg)
ଡ୍ରାଇଭର ଓ ଅନ୍ୟମାନେ ଢ଼ାବାରେ ଚା’ ପିଇବା ପରେ ବସ୍ ଚାଲିବା ଆରମ୍ଭ କରିଥିଲା। ଅଳ୍ପ ସମୟ ପରେ ବସ୍ଟି ଜୋର୍ରେ ହଲଚଲ ହେବାରୁ ଯାତ୍ରୀଙ୍କ ନିଦ ଭାଙ୍ଗି ଯାଇଥିଲା। ସମସ୍ତେ ‘ବ୍ରେକ ମାର ବ୍ରେକ ମାର’ ବୋଲି ଚିତ୍କାର କରିଥିଲେ। ତା’ପରେ କଣ ହେଲା କେଜାଣି ବସଟି ଗୋଟେ ପଥରରେ ଧକ୍କା ଖାଇ ଘାଟିରୁ ତଳେ ପଡ଼ି ଯାଇଥିଲା ବୋଲି ଅନ୍ୟ ଜଣେ ଆହତ ଯାତ୍ରୀ କହିଛନ୍ତି।
‘ସାଇଶ୍ରୀ’ ବସ୍ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ମହିଳା ଯାତ୍ରୀ କହନ୍ତି, ‘ମୋର ବାନ୍ତି ହେଉଥିବାରୁ ମୁଁ ଶୋଇପଡ଼ିଥିଲା। ବସ୍ଟି ଟଳମଳ ହୋଇଥିଲା। କିଛି ବୁଝିବା ପୂର୍ବରୁ ବସଟି ଘାଟିରୁ ତଳକୁ ଖସି ପଡ଼ିଥିଲା। ଆଉ ମୁଁ ସିଟ୍ ତଳେ ଚାପି ହୋଇଯାଇଥିଲି। ଜଣେ ସମ୍ପର୍କୀୟ ସେହି ବସ୍ରେ ଆସୁଥିଲେ। ସେ ମୋତେ ସିଟ୍ ତଳୁ ବାହାର କରିଥିଲେ।’
ମୃତମୁଖରେ ପଡ଼ିଥିବା ଜଣେ ମହିଳା ଯାତ୍ରୀଙ୍କ ମାଉସୀ’ ଶ୍ରଦ୍ଧାରାଣୀ କହନ୍ତି, ‘ଆଉ ଦିନ କେଇଟାରେ ଝିଆରୀ ବାହା ହୋଇଥାଆନ୍ତା। ଦୁଇବର୍ଷ ହେବ ଚାକିରି କରୁଥିଲା। ଘରକୁ ଫେରିବା ପୂର୍ବରୁ ଚାଲିଗଲା ତାର ଜୀବନ।’
୮ ଜଣ ମୃତକଙ୍କ ମଧ୍ୟରେ ୨ଜଣ ପୁରୁଷ ଓ ୬ ମହିଳା ରହିଛନ୍ତି। ସେମାନଙ୍କ ପରିଚୟ ମିଳି ଯାଇଛି। ମୃତକମାନେ ସୁନିଲ ନାୟକ, ଆର ରମେଶ ବେହେରା, ଝୁନୁ ବେହେରା, ସଂଘମିତ୍ରା ମହାପାତ୍ର, ଅନ୍ବେଷା ମହାପାତ୍ର, କରିସ୍ମା ନାୟକ, ସୁବାସିନୀ ମହାରଣା ଓ ବିଦ୍ୟୁତ ନାୟକ ବୋଲି ଜଣାପଡ଼ିଛି।
![]()
ସୂଚନାଯୋଗ୍ୟ, ରାୟଗଡ଼ାର କାଶୀପୁରରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବା ଘରୋଇ ଯାତ୍ରୀବାହୀ ବସ୍ ‘ସାଇଶ୍ରୀ’ ରାତି ପ୍ରାୟ ୩ଟା ବେଳେ ମୋହନା ବ୍ଲକ୍ ଅନ୍ତର୍ଗତ ତପ୍ତପାଣି ଘାଟିରେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ପ୍ରବଳ କୁହୁଡ଼ି ଯୋଗୁଁ ରାସ୍ତା ଅସ୍ପଷ୍ଟ ହୋଇଯାଇଥିବା କାରଣରୁ ବସ୍ଟି ଘାଟିରୁ ତଳକୁ ଖସି ପଡ଼ିଥିବା କଥା କୁହାଯାଉଛି। ତେବେ ଏହି ଦୁର୍ଘଟଣା ପରେ ବସ୍ ଚାଳକ, ହେଲପର ଓ କଣ୍ଡକ୍ଟର କେଉଁ ଆଡେ ଫେରାର ହୋଇଯାଇଛି। ପୁଲିସ ଏମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।
ଘଟଣାସ୍ଥଳରେ ସାନଖେମୁଣ୍ଡି, ଦିଗପହଣ୍ଡି, ବ୍ରହ୍ମପୁର, ମୋହନା ଓ ସେରଗଡ଼ ଦମକଳ ବାହିନୀର ୫ଟି ଟିମ୍ର ୫୦ଜଣ ସଦସ୍ୟ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲେ। ବସ୍ ଭିତରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ସାରିଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Accident-Story_Thumbnail.jpg)