ଶ୍ରୀକଲା ଘାଟିରେ ବାଇକ ଦୁର୍ଘଟଣା: ଜଣେ ମୃତ

ଶ୍ରୀକଲା ଘାଟିରେ ବାଇକ ଦୁର୍ଘଟଣା: ଜଣେ ମୃତ

ଘୁ.ଉଦୟଗିରି: ଆଜି ସନ୍ଧ୍ୟାରେ ଦୁଇଜଣ ବ୍ୟକ୍ତି ହୋଣ୍ଡା ୟୁନିକର୍ନ ବାଇକ ନଂଓଡି ୦୭ ଏ ଡି ୦୬୯୩ରେ ବାଲିଗୁଡାରୁ ଘୁ ଉଦୟଗିରି ଅଭିମୁଖେ  ଆସୁଥିବା ବେଳେ ଶ୍ରୀ କଲା ଘାଟି ରାସ୍ତା ମଝିରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇ ଘୁ ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଘୁ ଉଦୟଗିରି ଓପିଟିସିଏଲ୍ ପକ୍ଷରୁ ବିଦ୍ୟୁତ୍ କାମ ଚାଲିଥିବାବେଳେ ରାସ୍ତାରେ କୌଣସି କାରଣରୁ ବିଦ୍ୟୁତ୍ ଖୁଣ୍ଟ ରଖାଯାଇଥିଲା। ସେହି ସମୟରେ ଭାସ୍କର ପଟ୍ଟନାୟକ (୫୫) ଓ ମନିକଣ୍ଟା ରେଡ୍ଡୀ (୨୨)  ନିଜ ବାଇକ ରେ ସେଇ ରାସ୍ତାରେ ଆସୁଥିଲେ । ଦେଖିନପାରି ବିଦ୍ୟୁତ ଖୁଣ୍ଟରେ ବାଡେଇ ହୋଇଯାଇଥିଲେ। ଭାସ୍କର ପଟ୍ଟନାୟକ ଘଟଣା ସ୍ଥଳରେ ଗୁରୁତର ହୋଇଥିଲେ।

କାମ କରୁଥିବା ବିଦ୍ୟୁତ କର୍ମଚାରୀ ତାଙ୍କୁ ତୁରନ୍ତ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାକରେ ଭାସ୍କରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ହେତୁ ଚିକିତ୍ସିତ ହେଉଛନ୍ତି। ଏଠାରେ ପ୍ରଶ୍ନ ଉଠେ ବିଦ୍ୟୁତ୍ କର୍ମଚାରୀ କିପରି କୌଣସି ସୂଚନା ଫଳକ ନ ରଖି ନିଜ କର୍ମଚାରୀଙ୍କୁ ନଜଗାଇ ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟ ରଖିଥିଲେ? ବିଦ୍ୟୁତ୍ ଖୁଣ୍ଟ ନେବା ସମୟରେ କାହିଁକି ଉଭୟ ପାର୍ଶ୍ଵରେ ଶ୍ରମିକମାନେ ଜଗିଲେ ନାହିଁ,ଯେହେତୁ ଦୁର୍ଘଟଣା ଘଟି ଥିବା ସ୍ଥାନରୁ ୨୦୦ ମିଟର ଦୂରରେ ରହିଛି ତେବେ ଗାଡି ଉଠିବା ବେଳେ ଓ ଗଡିବା ବେଳେ ଗାଡି ସ୍ପିଡ ହେବା ସ୍ବାଭାବିକ ତେବେ କାହିଁକି ଉକ୍ତ ବିଭାଗ ସାବଧାନତା ଅବଲମ୍ବନ କଲେ ନାହି ? ମୃତ ବ୍ୟକ୍ତିଙ୍କ ନିମନ୍ତେ କିଏ ଦାୟୀ ? ବର୍ତ୍ତମାନ ସୁଦ୍ଧା କେହି ମଧ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ନ ଥିବା ବେଳେ ମୃତକଙ୍କ ପରିବାରକୁ ଖବର ଦିଆଯାଇଛି । ମୃତକ ଜଣକ ବ୍ରହ୍ମପୁର ସହରର ହାଉସିଂ ବୋର୍ଡ ଅଞ୍ଚଳର ହୋଇଥିବା ଜଣାପଡିଛି। ତେବେ ପରିବାର ଲୋକ ଘଟଣା ସ୍ଥଳକୁ ପହଞ୍ଚି ନ ଥିବା ବେଳେ ଶବକୁ ସ୍ଥାନୀୟ ମେଡ଼ିକାଲରେ ରଖି ପୁଲିସ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର