ତମାଣ୍ଡୋରେ ସିରିଜ ଦୁର୍ଘଟଣା: ରୋଡ୍‌ ଡିଭାଇଡର ଡେଇଁ ଦ୍ରୁତଗତିରେ ଯାଉଥିବା କାର୍‌ ତିନିଟି ଗାଡ଼ିକୁ ଧକ୍କା ଦେଲା

ଭୁବନେଶ୍ୱର: ଭୁବନେଶ୍ୱର ତମାଣ୍ଡୋ ନିକଟରେ ଗୋହିରାରେ ସିରିଜ ଦୁର୍ଘଟଣା ଘଟିଛି। ଶୁକ୍ରବାର ଅପରାହ୍ନରେ ରୋଡ୍‌ ଡିଭାଇଡର ଡେଇଁ ଏକ କାର୍‌ ଏକାସଙ୍ଗେ ତିନିଟି ଗାଡ଼ିକୁ ଧକ୍କା ଦେଇଥିଲା। ଏହି ଧକ୍କା ଫଳରେ ୪ଟି ଗାଡ଼ି ଭାଙ୍ଗି ଚୁରମାର୍‌ ହୋଇଯାଇଛି। ଦୁର୍ଘଟଣାରେ ୫ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଆହତଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ଶୁଣିବାକୁ ମିଳୁଛି। କିନ୍ତୁ ଏଯାବତ୍‌ ତାହା ସ୍ପଷ୍ଟ ହୋଇପାରି ନାହିଁ। ତେବେ ଦୁର୍ଘଟଣା ଘଟାଇ ଥିବା କାର୍‌ଟି ଦ୍ରୁତଗତିରେ ରାସ୍ତାରେ ଯାଉଥିବା ସମୟରେ ନିୟନ୍ତ୍ରଣ ହରାଇ ଡିଭାଇଡର ଡେଇଁ ପଡ଼ିଥିଲା। ଫଳରେ ସେଠାରେ ଥିବା ଅନ୍ୟ ତିନିଟି ଗାଡ଼ିକୁ ଧକ୍କା ଦେଇଥିଲା ବୋଲି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର