ଦେବଗଡ଼: ଦେବଗଡ ଥାନା କଳାମାଟି ଗ୍ରାମ ନିକଟସ୍ଥ ୪୯ନଂ ଜାତୀୟ ରାଜପଥରରେ ଶୁକ୍ରବାର ସଂଧ୍ୟାରେ ଅଜଣା ଗାଡି ଧକ୍କାରେ ସୁମନ୍ତ ହାଏତ (୪୫)ଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, କଳାମାଟି ଗାଁର ସୁମନ୍ତ ନିକଟସ୍ଥ ଦୋକାନକୁ ଜିନିଷ କିଣିବା ପାଇଁ ଯାଇଥିଲେ। ତେବେ ସେ ରାସ୍ତା ପାର ହେଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଗ୍ରାମବାସୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଦେବଗଡ଼ ଆଦର୍ଶ ଥାନା ପୁଲିସ ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ସୁମନ୍ତ କିଛି ବର୍ଷ ହେଲା କଳାମାଟି ଗ୍ରାମରେ ବିବାହ କରି ଘର ଜ୍ବାଇଁ ଭାବେ ରହୁଥିଲେ। ତେବେ ଦୁର୍ଘଟଣା ପରେ ଗ୍ରାମବାସୀମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିବା ବେଳେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ପୁଲିସ ପଂହଚି ବୁଝାସୁଝା କରୁଥିବା ଜଣାପଡ଼ିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f.jpg)