ଝାରସୁଗୁଡ଼ା: ବିମାନବନ୍ଦର ଥାନା ମିଲନ ମାର୍କେଟ୍ ସମ୍ମୁଖରେ ରାତି ପ୍ରାୟ ସାଢ଼େ ୯ଟା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ଥାନୀୟ ଓଏମ୍ପିର ଲୋକବାହାଦୁର ଥାପ୍ପା (୪୮)। ଦୁର୍ଘଟଣା ପରେ ଗାଡ଼ିଟି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ଏୟାରପୋର୍ଟ ପୁଲିସ୍ ପହଞ୍ଚି ଶବ ଜବତ କରିଛି।
ସୂଚନା ଅନୁସାରେ, ଶ୍ରୀ ଥାପ୍ପା ଓଏସ୍ଏପି ୪ ନମ୍ବର ଗେଟ୍ ଦିଗରୁ ଚାଲିଚାଲି ରାସ୍ତା ପାରି ହେଉଥିଲେ। ଏହି ସମୟରେ ଝାରସୁଗୁଡ଼ା ପଟୁ ସୁନ୍ଦରଗଡ଼ ଅଭିମୁଖେ ଯାଉଥିବା କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f.jpg)