ଦୁର୍ଘଟଣାରେ ନୀଳାଚଳ କର୍ମଚାରୀଙ୍କ ମୃତ୍ୟୁ

ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ଦାନଗଦୀ: କଳିଙ୍ଗନଗର ଥାନା ଅନ୍ତର୍ଗତ ଚୋରଦା-ଡୁବୁରି ରାସ୍ତା ସାରଙ୍ଗପୁର ଛକ ନିକଟରେ ଆଜି ମଧ୍ୟାହ୍ନରେ ବାଇକ୍‌ ଦୁର୍ଘଟଣାରେ ନୀଳାଚଳ କାରଖାନାର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତ କର୍ମଚାରୀ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ଏସ୍‌ ବିଜୟ କୁମାର (୫୧)। ସେ ୨୦୦୪ରୁ ନୀଳାଚଳ କାରଖାନାରେ ସିନିଅର ଅପରେଟର ଭାବେ କାମ କରୁଥିଲେ।

ସାରଙ୍ଗପୁର ନିକଟରେ ଥିବା ହାଟ ପାଖରେ ଏକ ହାଇୱା ସହ ତାଙ୍କର ଧକ୍କା ହୋଇଥିଲା। କଳିଙ୍ଗନଗର ପୁଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି। ଏ ସଂକ୍ରାନ୍ତରେ ୬୪/୨୩ରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe