ପଦ୍ମପୁର:କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ପଳାଶପଙ୍ଗା ପଞ୍ଚାୟତ ହୁଣ୍ଡୁଳା ନିକଟରେ ଅଜଣା ଗାଡ଼ି ଧକ୍କାରୁ ଜଣେ ମାନସିକ ନ୍ୟୂନ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଆଜି ରାସ୍ତା ଉପରେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।
ପଳାଶପଙ୍ଗା ଫାଣ୍ଡି ଅଧିକାରୀ ମହେନ୍ଦ୍ର କୁମାର ସାହୁ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ବର୍ଷେ ହେଲା ସ୍ଥାନୀୟ ଅଞ୍ଚଳରେ ବୁଲୁଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।