ହରିଚନ୍ଦନପୁର : ଅଜଣା ଗାଡ଼ି ଧକ୍କାରେ ହରିଚନ୍ଦନପୁର ବ୍ଲକ୍ ରାସୋଳ ପାଞ୍ଚାୟତ ଖସାପଦା ଗ୍ରାମର ମଣ୍ଟୁ ମୁଣ୍ଡା (୪୮)ଙ୍କ ଗତକାଲି ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ମଣ୍ଟୁ ସାଇକଲରେ ରାସୋଳରୁ ନିଜ ଗ୍ରାମକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।
ଗୁରୁତର ଅବସ୍ଥାରେ ମଣ୍ଟୁଙ୍କୁ ହରିଚନ୍ଦନପୁର ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଦୈତାରୀ ଥାନା ଏସ୍ଆଇ ସୁଶାନ୍ତ କୁମାର ବଳ କେସ୍ ନମ୍ବର ୭୦/୨୨ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନା ପଠାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/prayagraj-news-accident-in-prayagraj_1607961537.jpeg)