ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ,ଜଣେ ମୃତ

ରିଆମାଳ: ରିଆମାଳ ଥାନା ଅନୁଗୁଳ-ଦେବଗଡ ୫୩ ନମ୍ବର ଜାତୀୟ ରାଜପଥ ଅନ୍ତରତ ଭିତରପଦ ଛକ ଠାରେ ସୋମବାର ସନ୍ଧ୍ୟା ୬ଟା ସମୟରେ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତା ସଚେତନତା ପୋଲ୍ ରେ ପିଟି ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛି ।

ଉଭୟେ ଦେବଗଡ ଥାନା କାଲକାଠ୍ ଗ୍ରାମର।ମୃତକ ଜଣଙ୍କ ଘନ କିସାନ (୨୮) ଓ ଗୁରୁତର ଜଣଙ୍କ ଶ୍ଯାମ ସୁନ୍ଦର କିସାନ(୨୫)।ସକାଳୁ ଶ୍ୟାମ ଶଶୁର ଘର ନାକଟିଦେଉଳ ଥାନା ଅନ୍ତର୍ଗତ ସୁନାଝରୀ ଗ୍ରାମକୁ ବାଇକ ହୋଣ୍ଡା ସାଇନ୍ ଗାଡିନଂ- ଓଡି-୩୫-ସି-୨୮୦୦) ଯୋଗେ ଯାଇଥିଲେ।ଫେରିବା ବେଳେ ଭରସାମ୍ୟ ହରାଇ ଦୂର୍ଘଟଣା ଗ୍ରସ୍ଥ ହୋଇଥିଲା।ଖବର ପାଇ ଦୂର୍ଘଟଣା ସ୍ଥଳକୁ ରିଆମାଳ ଅଗ୍ନିଶ୍ରମ ବାହିନୀ ପହଞ୍ଚି ଆହାତ ଓ ମୃତ ବ୍ଯକ୍ତି କୁ ଉଦ୍ଧାର କରି ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ପହଞ୍ଚାଇ ଥିଲେ।ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଘନକୁ ମୃତ ଘୋଷଣା କରିଥିବା ବେଳେ ଶ୍ୟାମକୁ ପ୍ରଥାମିକ ଚିକିତ୍ସା କରି ଦେବଗଡ ମୂଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।ଖବର ପାଇ ରିଆମାଳ ଥାନା ଅଧିକାରୀ ଲଳିତା ପ୍ରଧାନ ସଦଳବଳେ ଦୂର୍ଘଟଣା ସ୍ଥଳକୁ ପହଞ୍ଚି ବାଇକ ଓ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର