ସମ୍ବଲପୁର-ଦେବଗଡ଼ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: ପୁଅର ଆଖି ସାମ୍ନାରେ ଚାଲିଗଲା ମାଙ୍କ ଜୀବନ

ସମ୍ବଲପୁର: ଆଜି ସକାଳେ ସମ୍ବଲପୁରର ଧନୁପାଲି ଥାନା ଅନ୍ତର୍ଗତ ସାରଳାକାନି ଛକରେ ଏକ ମର୍ମନ୍ତୁଦ  ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ପୁଅ ଆଖି ଆଗରେ ମାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର- ଦେବଗଡ଼ ଜାତୀୟ ରାଜପଥରେ ମର୍ମନ୍ତୁଦ  ଦୁର୍ଘଟଣା ଘଟିଛି। ଧନୁପାଲି ଥାନା ଅନ୍ତର୍ଗତ ସାରଳାକାନି ଛକ ଦେଇ ସମ୍ବଲପୁର ଆଡ଼କୁ ଏକ ବାଇକ (ଓଆର୍-୧୫ ପି ୯୬୭୯) ରେ ମା ଓ ପୁଅ ଆସୁଥିଲେ। ସେଠାରେ ଏକ ହମ୍ପସ ପାଖରେ ମା ଅସାବଧାନତାବଶତଃ ବାଇକରୁ ଖସିପଡ଼ିଥିଲେ। ପଛପଟରୁ ଆସୁଥିବା ଏକ ଟ୍ରକ୍ ଉକ୍ତ ମହିଳାଙ୍କ ଉପରେ ଚଢ଼ିଯାଇଥିଲା। ଏହାଫଳରେ ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଏହି ମା ଓ ପୁଅଙ୍କର ପରିଚୟ ମିଳିନାହିଁ। ତେବେ ଖବର ପାଇ ଧନୁପାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ପଠାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର