ସୁନ୍ଦରଗଡ଼: ଗୁରୁବାର ଜୁଲାଇ ୪ ତାରିଖ ଭୋର୍ ପ୍ରାୟ ୪ ଟା ସମୟରେ ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ ୱେ ଆମ୍ବିଆନ୍ସ ହୋଟଲ ପାଖରେ ଏକ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ପାର୍କିଂ କରିଥିବା ଏକ ଟ୍ରେଲରକୁ ପଛରୁ କୋଇଲା ବୋଝେଇ ଟ୍ରେଲର ପିଟି ଜଳିଯାଇଛି (ଓଡି ୦୯ଏସି- ୨୫୨୬)।
ଟ୍ରେଲରର ଆଗ ଅଂଶ ବା ଇଞ୍ଜିନ ଭାଗ ସମ୍ପୂର୍ଣ୍ଣ ଜଳି ଯିବା ସହ ଟାୟାରଗୁଡ଼ିକ ମଧ୍ୟ ଜଳି ଯାଇଛି।
ଅଧିକ ପଢ଼ନ୍ତୁ: ଭସ୍ମା ଓଭର ବ୍ରିଜ୍ରେ ଏକାଧିକ ଧକ୍କା: ୩ କାର୍ ଧକ୍କାରେ ଜଣେ ଆହତ
ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। ଖବର ପାଇ ସୁନ୍ଦରଗଡ଼ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣା ପଡିଛି।
ଅଧିକ ପଢ଼ନ୍ତୁ: ବାଲୁଘାଟରେ ଜଳିଗଲା ଘର
sundargarh | Accident