ମାଲକାନଗିରି: ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ନିକଟରେ ଏକ ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ ଆଜି ସନ୍ଧ୍ୟା ୬ଟା ସମୟରେ ଓଡି ୩୦ ସି ୮୧୭୧ ନମ୍ବରର ଏକ କାର ଜୟପୁରରୁ ମାଲକାନଗିରି ଅଭିମୁଖେ ଆସୁଥିଲା।publive-image

Advertisment

ମାଲକାନଗିରିକୁ ଆସୁଥିବା ସମୟରେ ପାଣ୍ଡ୍ରିପାଣି ନିକଟରେ ଏକ ସାଇକେଲ ଚାଳକ ନିଜ ଚାଷ ଜମିରୁ କାମ ସାରି ଫେରୁଥିବା ସମୟରେ  କାର ପଛପଟୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ମାଲକାନଗିରି ଥାନା ଅଧିକାରୀ ରାମ ପ୍ରସାଦ ନାଗ ସେଠାରେ ପହଞ୍ଚି ଉକ୍ତ ଗାଡିର ଡ୍ରାଇଭରକୁ ଅଟକ ରଖିଛନ୍ତି। ଘଟଣାସ୍ଥଳରେ ୩୦୦ରୁ ଉର୍ଦ୍ଧ ଗ୍ରାମବାସୀ ମୃତ ବ୍ୟକ୍ତିଙ୍କ ଶବକୁ ରଖି ୩୨୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।