ଟ୍ରକରେ ପିଟିହେଲା ମାଲବାହୀ ଅଟୋ:  ଜଣେ ମୃତ

ଲାଠିକଟା: ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍‌ ପଛରେ ମାଲବାହୀ ଅଟୋ ପିଟି ହେବାରୁ ଘଟଣାସ୍ଥଳରେ ଜଣେ ଅଟୋ ଆରେହୀଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ବଣାଇ ବ୍ଲକ୍‌ ଗହମୀ ଗ୍ରାମର ମାଗାନ ମୁଣ୍ଡା(୨୦)।

ସୋମବାର ୧୪୩ ନଂ ଜାତୀୟ ରାଜପଥର ଯୋଡ଼ାବନ୍ଧ ନିକଟରେ ରାସ୍ତାକଡ଼ରେ ଓଡ଼ି ୩୫ଇ ୪୬୭୯ ଟ୍ରକ୍‌ଟି ବ୍ରେକ୍‌ ଫେଲ୍‌ ହୋଇ ଛିଡ଼ା ହୋଇଥିଲା। ଅପରାହ୍‌ଣ ପ୍ରାୟ ଗୋଟାଏ ସମୟରେ ରାଉରକେଲାରୁ ଅଣ୍ଡା ଓ କୁଣ୍ଡା ବୋଝେଇ ଓଡ଼ି ୧୪ଏନ ୬୫୮୧ ମାଲବାହୀ ଅଟୋ ଦ୍ରୁତଗତିରେ ଆସି  ଭାରସାମ୍ୟ ହରାଇ ଟ୍ରକ୍‌ ପଛରେ ଧକ୍କା ଦେଇଥିଲା। ଯାହା ଫଳରେ ଉକ୍ତ ଅଟୋରେ ଯାତ୍ରା କରୁଥିବା ଗହମୀ ଗ୍ରାମର ମାଗାନ ମୁଣ୍ଡା(୨୦ )ଙ୍କର ଦୁଇ ଗାଡ଼ି ମଧ୍ୟରେ ଚାପି ହୋଇ ଘଟଣାସ୍ଥଳରେ ମୃତ ହୋଇଥିଲା। ଦୁର୍ଘଟଣା ପରେ ଅଟୋ ଚାଳକ ଫେରାର ହୋଇଯାଇଥିଲେ। ଖବର ପାଇ ଚାନ୍ଦିପୋଷ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡ଼ିକୁ ଜବତ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି। ଅଚାନକ ଏକ ଗାଈ ଅଟୋ ଆଗକୁ ଆସିଯିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର