ବାଉଁଶୁଣି: ବୌଦ୍ଧ ବ୍ଲକ୍ ବାଉଁଶୁଣି ଥାନା ବହିରା ଛକରେ ବୁଧବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣକର ମୃତ୍ୟୁ ଘଟିଛି। ପୁଲିସର ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳର ଜଣେ ବ୍ୟକ୍ତି କିଛିଦିନ ହେଲା ବାଉଁଶୁଣି ଥାନା ସିଙ୍ଗାରୀ ଗ୍ରାମରେ ରହୁଥିଲେ।
ବୁଧବାର ରାତିରେ ସେ ବହିରା ଛକ ପଟକୁ ଆସୁଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର୍ ହୋଇଯାଇଥିଲା। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ବାଉଁଶୁଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ସୁବାସ ଚନ୍ଦ୍ର ରାୟଗୁରୁ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Accident_Thumbnail.jpg)