ଦୁର୍ଘଟଣାରେ ବାଇକ୍‌ ଆରୋହୀ ମୃତ

ପାଣିକୋଇଲି: ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଶର୍ମା ପେଟ୍ରୋଲ ପମ୍ପର କିଛି ଦୂରରେ ଗତ ଶନିବାର ବିଳମ୍ବିତ ରାତିରେ ଏକ ଟ୍ରେଲର ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଯାଜପୁର ସଦର ଥାନା ଅନ୍ତର୍ଗତ ଭୁବନେଶ୍ବରପୁର ପଞ୍ଚାୟତ ଭଗତପୁର ଗ୍ରାମର ପୁରସ୍ତମ ସେଠୀଙ୍କ ପୁଅ ଜଗନ୍ନାଥ (୩୪)। ସେ ବାଇକ୍‌ ନମ୍ବର (ଓଡି-୦୪ଏଫ-୭୬୩୨)ରେ ଘରକୁ ଫେରୁଥିବା ବେଳେ ଜାତୀୟ ରାଜପଥର ଦାମୋଦରପୁର ଗଡ଼ାଣୀ ନିକଟରେ ଏକ ଟ୍ରଲର୍‌ (ଟିଏନ-୩୭ଡିଏଚ-୭୨୪୮) ତାଙ୍କୁ ଧକ୍କା ଦେଇଥିଲା।

ସେ ପଡ଼ିଯିବାରୁ ଟ୍ରେଲର୍‌ଟି ତାଙ୍କ ମୁଣ୍ତ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ପରେପରେ ବାଇକ୍‌ ଓ ଟ୍ରକ୍‌କୁ ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର