ଚଣ୍ଡିଖୋଲ: ୫୩ ନମ୍ବର ଜାତୀୟ ରାଜପଥର ବଳଭଦ୍ରପୁର ଛକ ଠାରେ ଏକ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଲେଇ ଗ୍ରାମର ବିନୋଦ ମଲ୍ଲିକ(୨୬)। ସୂଚନା ମୁତାବକ, ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଲେଇ ଗ୍ରାମର ବିନୋଦ ମଲ୍ଲିକ, ଅମିତ ଦାସ, ଶ୍ରୀକାନ୍ତ ମଲ୍ଲିକ, କାଳୁ ମଲ୍ଲିକ ଓ ଅନ୍ୟଜଣେ ଯୁବକ କେନ୍ଦ୍ରାପଡ଼ାରୁ ଘରକୁ ଫେରୁଥିବା ବେଳେ ବଳଭଦ୍ରପୁର ନିକଟରେ ସେମାନଙ୍କ ଅଟୋ ଏକ ଟ୍ରକ୍ ପଛରେ ଧକ୍କା ଦେଇଥିଲା। ଏହି ଯୁବକମାନେ ସକାଳୁ ରାସ୍ତା କାମ କରିବା ପାଇଁ କେନ୍ଦ୍ରାପଡ଼ା ଯାଇଥିଲେ।
ଘଟଣା ସ୍ଥଳରେ ବିନୋଦଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଗୁରୁତର ୪ ଯୁବକଙ୍କୁ ଡାକ୍ତରଖାନା ପଠାଯାଇଥିଲା। ଡେରାବିଶ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଆହତମାନଙ୍କୁ ପୁଲିସ କେନ୍ଦ୍ରାପଡ଼ା ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f.jpg)