ବଡ଼ବିଲ: ୨୧୫ ନମ୍ବର ଜାତୀୟ ରାଜପଥର ବଡ଼ବିଲ ଥାନା ଅନ୍ତର୍ଗତ ଝାଡ଼ଗାଁ ନିକଟରେ ଡମ୍ପର ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ବଲାଣି ଥାନା ଅନ୍ତର୍ଗତ କିରିବୁରୁ ହିଲ୍ଟପ୍ର ସାଗର ଦାସ। ଗୁରୁତର ଜଣଙ୍କ ହେଲେ ସେହି ଅଞ୍ଚଳର ହରଷୁ ନାଏକ। ଉଭୟ ଶ୍ରୀ ମେଟାଲିକ୍ସରେ କାମ କରୁଥିଲେ।
ଆଜି ସନ୍ଧ୍ୟାରେ କାମ ସାରି ବାଇକ୍ରେ ଘରକୁ ଫେରୁଥିବା ବେଳେ ଝାଡ଼ଗାଁ ନିକଟରେ ସେମାନଙ୍କୁ ଏକ ଡମ୍ପର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସାଗରଙ୍କ ମୃତ୍ୟୁ ଘଟିଛି। ପୁଲିସ ମୃତାହତଙ୍କୁ ଉଦ୍ଧାର କରି ବଡ଼ବିଲ ଡାକ୍ତରଖାନା ପଠାଇଛି।