କାମାକ୍ଷାନଗର: ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାର ପଣ୍ଡୁଆ ଖଟୁଆହତା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜବେଷ୍ଟସ ବୋଝେଇ ଏକ ଟାଟା ଏସି ଗାଡ଼ି ସହ ଗୋଟିଏ ବଜାଜ ଡିସ୍କଭର ବାଇକର ସାମ୍ନାସାମ୍ନି ଧକ୍କା ହୋଇଥିଲା। ଏଥିରେ ବାଇକ୍ ଆରୋହୀ ମୃତ୍ୟୁବରଣ କରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା।
ଟାଟା ଏସି ଗାଡ଼ିର ଡ଼୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତ ବାଇକ୍ ଚାଳକକୁ ପଣ୍ଡୁଆ ପୁଲିସ ଉଦ୍ଧାର କରି ଅଁଳାବେରେଣୀ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କ ଘର ସଦର ଥାନା ସୁଧାର କାଟେଣୀର ସଞ୍ଜୟ ନାଏକ ବୋଲି ସୂଚନା ରହିଛି । ତାଙ୍କ ମୃତଦେହ ଅଁଳାବେରେଣୀ ଡାକ୍ତରଖାନାରେ ରହିଛି।
ବାଇକ ସହ ଟାଟା ଏସିର ସାମ୍ନାସାମ୍ନି ଧକ୍କା: ଜଣେ ମୃତ, ଜଣେ ଗୁରୁତର
ହୋଲିରେ ଅଘଟଣ
/sambad/media/post_attachments/wp-content/uploads/2021/03/7e4f4d70-995b-46bc-bf5f-3c2ca28465d5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)