କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାର କମଗରାନିକଟବ୍ରାହ୍ମଣୀନଦୀବ୍ରିଜରୁ ଆଜି ସକାଳେ ଏକଟ୍ରେଲର ଖସିପଡ଼ିଥିବାର ଖବର ମିଳିଛି। ଏହାଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁହୋଇଥିବା ଜଣାଯାଇଛି। ଏଣେ ଆଉଜଣେଗୁରୁତର ହୋଇଛନ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଏକଟ୍ରେଲର କାମାକ୍ଷାନଗର ପଟୁ ଆସୁଥିବା ବେଳେ ଭାରସାମ୍ୟ ହରାଇ କମଗରାନିକଟବ୍ରାହ୍ମଣୀନଦୀବ୍ରିଜ ଉପରୁ ତଳକୁ ଖସିପଡ଼ିଥିଲା। ଏହାଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁହୋଇଛି। ଏଣେ ଆଉଜଣେ ଜଣେଗୁରୁତର ହୋଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବିଭାଗ ଓ ସଦର ଥାନା ପୁଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଥିବା ଜଣାଯାଇଛି।ଗୁରୁତରଙ୍କ  ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି। ତେବେ ଏଯାଏ ଉଭୟଙ୍କର ପରିଚୟ ମିଳିନାହିଁ।