ଦୟନୀୟ ଅବସ୍ଥାରେ ମହାନଦୀ ସେତୁ : ସେତୁ ଉପରେ ଖାଲଖମା ଯୋଗୁଁ ଘଟୁଛି ଦୁର୍ଘଟଣା, ବଢ଼ୁଛି ଜନ ଅସନ୍ତୋଷ

ସୋନପୁର : ସୋନପୁର ମହନଦୀ ସେତୁକୁ ମରାମତି କରିବା ପାଇଁ ୩ ମାସ ହେଲା ପିଚୁ ଖୋଳି ଦିଆଯାଇଛି। ହେଲେ ମରାମତିର ନାଁ ଧରୁ ନାହିଁ ପୂର୍ତ୍ତ ବିଭାଗ। ଫଳରେ ଏହାକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଛି। ସୋନପୁର ମହାନଦୀ ସେତୁ ମରାମତି ପାଇଁ ପୂର୍ବରୁ ପ୍ରାୟ ୨ କୋଟିର ଟେଣ୍ଡର ହୋଇଥିଲା। ଠିକାଦାର ଟେଣ୍ଡର ପାଇଲା ପରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ମହନଦୀ ସେତୁ ଉପରୁ ପିଚୁ କାଢି ଦେଇଥିଲେ। ଏହାପରେ ବ୍ରିଜ ନିର୍ମାଣ ସମୟରେ କିଛି ତ୍ରୁଟି ଥିବା ଜଣା ପଡ଼ିଥିଲା। ଫଳରେ ମରାମତି କାମରେ ଅଧିକ ଟଙ୍କା ଖର୍ଚ୍ଚ ହେବା ନେଇ ପୂର୍ତ୍ତ ବିଭାଗ ପୁନଃ ଆକଳନ କରି ରିଭାଇଜ ଏଷ୍ଟିମେଟ କରି ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟକୁ ପଠାଇ ଥିଲେ। ଏହି ରିଭାଇଜ ଏଷ୍ଟିମେଟକୁ ନେଇ ପୂର୍ତ୍ତ ବିଭାଗର ଭୂମିକାକୁ ସାଧାରଣରେ ନାପସନ୍ଦ କରାଯାଇଛି।

ଇତି ମଧ୍ୟରେ ୪ ମାସ ବିତି ଯାଇଛି ତେବେ ଏହାର ମରାମତି କରଯାଉ ନାହିଁ। ବର୍ତ୍ତମାନ ମହନଦୀ ସେତୁଟି ଦୟନୀୟ ଅବସ୍ଥାରେ ପଡ଼ି ରହିଛି। ସେତୁ ଉପରେ ଖାଲ ଖମା ସୃଷ୍ଟି ହୋଇଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଛି। ଜିଲ୍ଳାପାଳ ସ୍ବତନ୍ତ୍ର ଦୃଷ୍ଟି ଦେଇ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର