ଅନୁଗୁଳ: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ହଣ୍ଡପା ଥାନା ନିକଟରେ ଗ୍ୟାସ୍ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ୧୫ ମିନିଟ୍ ସମୟରେ ହଣ୍ଡପା ଥାନା ନିକଟରେ ଏକ ଗ୍ୟାସ୍ ଟ୍ୟାଙ୍କର୍ (କେଏ ୦୧ ଏଜି ୬୦୯୭) ସହ ଏକ ବସ୍(ଏମ୍ ଏଚ୍ ୦୯ ସିଭି -୯୬୩) ର ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଟ୍ୟାଙ୍କର ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ଉକ୍ତ ବସ୍ କୋଲକାତାରୁ ୨୪ ଜଣ ପ୍ରବାସୀଙ୍କୁ ଧରି ମୁମ୍ବାଇକୁ ଯାଉଥିଲା।

Advertisment

ଏହି ଦୁର୍ଘଟଣା ଘଟିବା ପରେ ଦୁଇ ବସ୍ ଡ୍ରାଇଭର୍ ଫେରାର୍ ହୋଇଥିବାର ଖବର ମିଳିଛି। ଏହି ଦୁର୍ଘଟଣାରେ ୭ଜଣ ବସଯାତ୍ରୀ ସାଧାରଣ ଆହତ ହୋଇଛନ୍ତି। ହଣ୍ଡପା ଥାନା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ସହ ତଦନ୍ତ କରୁଥିବା ଜଣାଯାଇଛି।