ତୁମୁଡିବନ୍ଧ: ମଧ୍ୟରାତ୍ରିରେ ଭବାନୀପାଟଣା ରେଳଷ୍ଟେସନରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ଆସୁଥିବା ବସ୍ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ଼ ନିକଟସ୍ଥ କିନାରିପଡା ନିକଟରେ  ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା।

Advertisment

ଗୋଆର ବିଭିନ୍ନ ଅଞ୍ଚଳରେ କାମ କରୁଥିବା ୪୭ଜଣ ଓଡ଼ିଆ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଭବାନୀପାଟଣା ରେଳ ଷ୍ଟେସନରୁ ଗଞ୍ଜାମ ଅଭିମୁଖେ ଆସୁଥିବା ବସଟି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୩ଜଣ ଗୁରୁତର ହୋଇଥିବା ଜଣାଯାଇଛି। ଗୁରୁତରମାନଙ୍କୁ ଫୁଲବାଣୀ ଡାକ୍ତରଖାନାକୁ ନିଆଯାଇଛି । ଏହାଛଡ଼ା ୧୦ ସାମାନ୍ୟ ଆହତ ହୋଇଛନ୍ତି।  ଗୁରୁତରଙ୍କ ମଧ୍ୟରେ ଦୁଇ ଡ୍ରାଇଭର୍ ଥିବା ଜଣାଯାଇଛି।

publive-image

ଘଟଣାସ୍ଥଳରେ ପୁଲିସ ଓ  ଦମକଳ ବାହିନୀ  ପହଞ୍ଚି ଉଦ୍ଧାର କରିଥିବା ବେଳେ ଖବର ପାଇ ସେଠାରେ ତୁମୁଡିବନ୍ଧ ବିଡ଼ିଓ ଅଗସ୍ତି ପ୍ରଧାନ, ତହସିଲଦାର ଏମ ଅନୁରାଧା, ସରପଞ୍ଚ ନାରାୟଣ ପାତ୍ର ପହଞ୍ଚିଥିଲେ।  ସମସ୍ତଙ୍କୁ ତୁମୁଡିବନ୍ଧସ୍ଥିତ ଏକ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ଏହି ଘଟଣା ଏବେ କନ୍ଧମାଳ ଜିଲ୍ଲାର ଚର୍ଚ୍ଚାର ବିଷୟ ହୋଇଛି।