ବାଇକରେ ତିନିଜଣ ଯାଉଥିବା ବେଳେ ପୋଲ ତଳକୁ ଖସିଲା ମୋଟର ସାଇକେଲ୍, ଦୁଇଜଣଙ୍କର ମୃତ୍ୟୁ

ଜଣେ ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଳକ ଅନ୍ତର୍ଗତ ଏମଭି – ୪୧ ଗ୍ରାମ ନିକଟସ୍ଥ କଲଭର୍ଟଠାରେ ଏକ ସଡ଼କ ଦୁର୍ଘଟଣା ଘଟିବା ଯୋଗୁଁ ୨ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବାର ଖବର ମିଳିଛି।

ଗୋଟିଏ ବାଇକରେ ୩ ଜଣ ଯାଉଥିବା ବେଳେ ଭାରସାମ୍ୟ ହରାଇ ବାଇକଟି ପୋଲ ତଳକୁ ଖସିପଡ଼ିଥିଲା। ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛି। ଆହତ ଜଣକୁ ଆମ୍ବୁଲାନ୍ସ ଯୋଗେ କାଲିମେଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତ ଦୁଇଜଣ ହେଉଛନ୍ତି ମାନ୍ୟମକୋଣ୍ଡା ପଞ୍ଚାୟତର କାଲୁଗୁଡ଼ା ଗ୍ରାମର ଉଲା ମାଡକାମିଙ୍କ ପୁଅ ମା ମାଡକାମି ( ୩୬ ) ଏବଂ ଉକୋଣ୍ଡା ପଞ୍ଚାୟତର ପାଡଗାନପାଲି ଗ୍ରାମର ଦେବା ବେଟିଙ୍କ ପୁଅ ପେଟା ବେଟି ( ୪୦ ) ଏବଂ ଆହତ ଜଣଙ୍କ ହେଉଛନ୍ତି ମୃତ ପେଟା ବେଟିଙ୍କ ଭାଇ ଦେବା ବେଟି ୨୭ ବୋଲି ଜଣାପଡିଛି ପରିବାର ଲୋକମାନଙ୍କ ଠାରୁ ସୁଚନା ନେବା ପରେ ଜଣାପଡିଛି ଯେ ଆହତ ଥିବା ଦେବା ନିଜ ଶ୍ବଶୁର ଘର କାଲୁଗୁଡା ଗ୍ରାମରେ ରହୁଥିବା ବେଳେ ପେଟା ନିଜ ଭାଇକୁ ଦେଖା କରିବା ପାଇଁ କାଲୁଗୁଡା ଯାଇଥିଲା ତେବେ ପେଟାକୁ ଛାଡିବା ପାଇଁ ସେହି ଗ୍ରାମର ଭୀମା ଏବଂ ଦେବା ୩ଜଣ ଗୋଟିଏ ମଟର ସାଇକେଲରେ ପାଡଗାନପାଲି ବାହାରିଥିଲେ।

କିନ୍ତୁ ଏମପିଭି – ୪୧ ନିକଟରେ ବାଇକଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଲା । ଏହି ଦୁର୍ଘଟଣା ସ୍ଥାନଟି ମୋଟୁ ଥାନା ଅନ୍ତର୍ଗତ ଯାଉଥିବା ବେଳେ ମୋଟୁ ଥାନା ଏବେ କଣ୍ଟେନମେଟ ଜୋନରେ ରହିଥିବାରୁ ନିକଟସ୍ଥ ଏମଭି – ୭୯ ଥାନା ଭାରପ୍ରାପ୍ତ ଅଧିକାରୀ ହରିଶ ଚନ୍ଦ୍ର ଗୋଲରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର