ଚାଷୀଙ୍କ ଉପରେ ଚଢିଗଲା ଟ୍ରକ୍: ଘଟଣାସ୍ଥଳରେ ମୃତ୍ୟୁ, ୪ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲାର ୧୬ ନଂ ଜାତୀୟ ରାଜପଥର ବାରବାଟୀ ଛକ ଠାରେ ଥିବା  ଗଣେଶ ପରିବା ହାଟ ନିକଟରେ  ରାସ୍ତାକଡରେ ବସି ବେପାର କରୁଥିବା ପରିବା ଚାଷୀଙ୍କ ଉପରକୁ ଟ୍ରକ ଚଢ଼ିଯାଇଛି । ଏହାଫଳରେ ଜଣେ ଚାଷୀ ମୃତ୍ୟୁବରଣ କରିଥିବା ବେଳେ ଜଣେ ବ୍ୟବସାୟୀ ଓ ଜଣେ ଚାଷୀ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଦୈନିକ ସକାଳୁ ବାରବାଟୀ ହାଟରେ ପରିବା ଚାଷୀଙ୍କ ଭିଡ଼ ଲାଗି ରହୁଥିବା ବେଳେ ଆଜି ଚାଷୀଙ୍କ ଭିଡ଼ ରହିଥିଲା । କଲିକତାରୁ କଟକ ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ୍ ବାରବାଟୀ ଛକଠାରେ ଏକ ଲୁହା ବୋଝେଇ ଗାଡ଼ିକୁ ଓଭରଟେକ୍ କରିବା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଚାଷୀଙ୍କ ଉପରେ ଚଢ଼ି ଯାଇଥିଲା । ଦୁର୍ଘଟଣାରେ ପ୍ରଥମଖଣ୍ଡି ଅଞ୍ଚଳର ଅମୂଲ୍ୟ ସେଠୀ(୩୨)ଙ୍କ ମୃତ୍ୟୁ ହୋଇଥିବା ବେଳେ ସରବଣା ଅଞ୍ଚଳର ବିଭୀଷଣ ଦାସ(୬୫) ଓ ପେଙ୍ଗୁଆ ଅଞ୍ଚଳର ବୀର ସାହୁ(୩୫)ଙ୍କ ସମେତ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି।  ବିଭୀଷଣ ଦାସ ଓ ବୀର ସାହୁ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ଅନ୍ୟ ୨ଜଣ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ତେବେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକ ଫେରାର ହୋଇଯାଇଛି ।

ସମ୍ବନ୍ଧିତ ଖବର