ଖୋର୍ଦ୍ଧା: କରୋନା ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସମଗ୍ର ଦେଶରେ ଲକ୍‌ଡାଉନ୍‌। ଆଜି ବି ସମଗ୍ର ଖୋର୍ଦ୍ଧା ଜିଲ୍ଲାର ଗାଁରୁ ସହର ସବୁଠି ଶୂନ୍‌ଶାନ୍‌। ଏଭଳି ସ୍ଥିତିରେ ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ପେଟ୍ରୋଲ ପମ୍ପ ପାଖରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା।
ପ୍ରାପ୍ତ ସୂଚନା ଅନୁଯାୟୀ, ଜାତୀୟ ରାଜପଥ -୧୬ରେ ଥିବା ରାମେଶ୍ୱର ପେଟ୍ରୋଲ ପମ୍ପ ପାଖରେ ସକାଳ ପ୍ରାୟ ୧୦ଟା ବେଳେ ଏକ କାର୍ ବାଇକକୁ ଧକ୍କା ଦେଇ ଟ୍ରକକୁ ପିଟିଥିଲା । ଏହାଫଳରେ ଘଟଣାସ୍ଥଳରେ ଉଭୟ ବାଇକ୍ ଆରୋହୀ ଏବଂ କାର୍ ଚାଳକଙ୍କର ମୃତ୍ୟୁ ଘଟିଥିଲା।

Advertisment

publive-image

ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିଲେ ବି ବାଇକ୍ ଆରୋହୀଙ୍କ ଘର ରଣପୁର ଅଞ୍ଚଳରେ ଏବଂ କାର୍ ଚାଳକଙ୍କର ଘର ବ୍ରହ୍ମପୁର ଅଞ୍ଚଳରେ ବୋଲି କୁହାଯାଉଛି। କାରରେ ଥିବା ତିନିଜଣ ଆହତ ହୋଇଥିବା ଜଣାଯାଇଛି। ସେମାନଙ୍କୁ ନିରାକରପୁର ଡାକ୍ତରଖାନରେ ଭର୍ତ୍ତି କରାଯାଇଛି।