ଛେଣ୍ଡିପଦା: ଅନୁଗୁଳ ଜିଲ୍ଲାର ଜରପଡ଼ା ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ଏକ କୋଇଲା ବୋଝେଇ ଟ୍ରକକୁ ପଛପଟୁ ଟ୍ରଲର୍ ଧକ୍କା  ଦେବା ଫଳରେ ଘଟଣାସ୍ଥଳରେ ଟ୍ରଲର୍ ଚାଳକ ଓ ହେଲପର୍ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ ଜରପଡ଼ା ଥାନାର ୫୫ ନମ୍ବର ଜାତୀୟ ରାଜପଥରେ ଭାଗିରଥିପୁର ନିକଟସ୍ଥ ନିଉ ତପୋବନ ଢାବା ସମ୍ମୁଖରେ ତାଳଚେର ଅଞ୍ଚଳରୁ ଆସି ୫ଟି କୋଇଲା ବୋଝେଇ ଟ୍ରକ୍ ଛିଡ଼ା ହୋଇଥିଲା। ଭୋର ୫ ଟାରେ ଅନୁଗୁଳ ପଟୁ ସମ୍ବଲପୁର ଆଡ଼କୁ ଯାଉଥିବା ଏକ ଟ୍ରଲର୍ (ନଂ- ଆରଜେ-୧୯-ଜିଜି-୦୦୩୯) ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରକ୍ (ନଂ ଓଡ଼ି-୧୯-୩୭୯୭) ପଛରେ ଧକ୍କା ଦେଇଥିଲା। ଏହା ଫଳରେ ଟ୍ରଲର୍ ଚାଳକ ଓ ହେଲପର୍ ମୃତ୍ୟୁ ବରଣ କରିଥିଲେ।

ଖବର ପାଇ ଜରପଡ଼ା ଥାନା ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କର ମୃତ ଦେହ ଉଦ୍ଧାର ଲାଗି ଉଦ୍ୟମ ଚଳାଇଛନ୍ତି।