ଡାକ୍ତରଖାନାରୁ ଫେରୁଥିବା ବେଳେ କାର୍ ଧକ୍କାରେ ମା’ଙ୍କର ମୃତ୍ୟୁ, ଝିଅ ଗୁରୁତର

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ୮ନମ୍ବର ୱାର୍ଡରେ ଥିବା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର  ଅଳ୍ପ ଦୂରରେ କାର (ଓ ଆର ୨୩ଡି ୯୯୨୧)ଧକ୍କାରେ ମା’ ଲତା ବେହେରା (୩୫)ଙ୍କର ମୃତ୍ୟୁ ଘଟିଥିବା ସମୟରେ ଝିଅ ରେଣୁକା ବେହେରା( ୧୪)ଗୁରୁତର ଆହତ ହୋଇଛନ୍ତି।

ଏହି ଦୁର୍ଘଟଣା ସକାଳ ସାଢେ ୧୦ଟାରେ ଘଟିଥିଲା।ଆହତ ଦୁଇଜଣଙ୍କୁ ଚିକିତ୍ସା ପାଇଁ ପ୍ରଥମେ ନିକଟସ୍ଥ କୁକୁରିକାନି ହସ୍ପିଟାଲ କୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ମଣ୍ଡାଳିଆ କେନ୍ଦ୍ରୀୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ଡାକ୍ତର ଲତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଲତାଙ୍କର ଘର କତାବାଗରେ ବୋଲି ଜଣାଯାଇଛି।

ମା’ ଓ ଝିଅ  କୁକୁରିକାନି ହସ୍ପିଟାଲକୁ  ଦେହ ଖରାପ ଥିବା କାରଣରୁ ଚିକିତ୍ସା ପାଇଁ ଆସିଥିଲେ।ଫେରିବା ସମୟରେ ଏହି ଦୁଘଟଣାର ଶିକାର ହୋଇଥିଲେ।ଖବର ପାଇ ବ୍ରଜରାଜନଗର ଆଇ ଆଇ ସି ଲଳିତା ମୋଦି  ହସ୍ପିଟାଲରେ ପହଞ୍ଚି  ଘଟଣାର ଅନୁସନ୍ଧନ କରିବା ସହ ଶବ ଜବତ କରିଛନ୍ତି। ଦୁର୍ଘଟଣା ଘଟାଇବା ପରେ କାରଟି ଏକ ଖାଲରେ ପଡ଼ିଯାଇଛି। କାର ଚଳାଉଥିବା ଚାଳକ  ସାଧୁ କୁମ୍ଭାର( ୨୪)କୁ ରାମପୁର ଫାଣ୍ଡି ପକ୍ଷରୁ ଅଟକ ରଖାଯାଇଛି।

ଦୁର୍ଘଟଣା ଘଟାଇଥିବା କାରଟି କୁକୁରିକାନି ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ବିଶ୍ଵଜିତ ମଣ୍ଡଳଙ୍କର ବୋଲି ଜଣାପଡ଼ିଛି। ଡାକ୍ତର ମଣ୍ଡଳଙ୍କର ଡ୍ରାଇଭର ଜିତେନ ରଜକ  ଓ ସେହି ହସ୍ପିଟାଲର ଜଣେ ଷ୍ଟାଫ  ସାଧୁ କୁମ୍ଭର (୨୪)ଗାଡ଼ିଧରି ହସ୍ପିଟାଲ ବାହାରକୁ ଯାଇଥିଲେ। ସାଧୁ କୁମ୍ଭାରକୁ କାର୍ ଚଳାଉ ଥିବା ସମୟରେ  ଜିତେନ ଗାଡ଼ିରେ ବସି ଥିବା  କୁହାଯାଉଛି। ଏନେଇ ଡାକ୍ତର ମଣ୍ଡଳଙ୍କୁ ପଚାରିବାରୁ ମହିଳା ଓ ତାଙ୍କ ଝିଅ ହସ୍ପିଟାଲ ଆସି ତାଙ୍କ ନିକଟରେ ସ୍ୱାସ୍ଥ୍ୟ ପରୀକ୍ଷାକରି ଆବଶ୍ୟକ ଔଷଧ ନେଇ ଯିବାପରେ ଏହି ଦୁଘଟଣାର ଶିକାର ହୋଇଥିଲେ ବୋଲି କହିଛନ୍ତି।

 

ସମ୍ବନ୍ଧିତ ଖବର